STORYMIRROR

Annapurna Bhatta

Romance

2  

Annapurna Bhatta

Romance

ପହିଲି ଫଗୁଣର ନିଶା

ପହିଲି ଫଗୁଣର ନିଶା

1 min
3.0K

ପହିଲି ଫଗୁଣ ନିଶାରେ ପ୍ରୀତି ମୋ ନୂଆନୂଆ

ଆଖି ସତେ ଚଂଚଳ ମନ ହୁଏ ଆନମନା

ହାଏରେ ପହିଲି ପ୍ରୀତିର ଏ ପହିଲି ଫଗୁଣର ନିଶା


ତନୁମନେ ଖେଳେ ସିହରଣ ହୃଦଗୋ ଅମାନିଆ

ସତେ ଅମାନିଆ ରଙ୍ଗ ଚଢ଼େଇଟି ଝାଡିିିିିବୁଲେ ପ୍ରେମ ଡେଣା

ପହିଲି ଫଗୁଣର ନିଶାରେ ପ୍ରୀତି ମୋ ନୂଆନୂଆ


ଜାଣେନା କାହିଁ ସତେ ଏ ମନେ ଜାତ କିମିଆ

ଲାଗେ ଛାନିଆ ଶୁଣି ପ୍ରୀତିର ପଥ ଖସଡିିଆ

ତଥାପି ପହିଲି ଫଗୁଣର ନିଶାରେ ଖଟାବି ଲାଗେ ମିଠା


ଆଖିରୁ ସରେ ନିଦ ହେଲେ ସପନ ସରେନା

ମନେ ଜାତ ଚପଳା ଭାବନା ଆଙ୍କେ ପ୍ରତିଛବି ଅଜଣା

ପହିଲି ଫଗୁଣର ନିଶାରେ ମନେ ଜାତ ଏ କିମିଆ


ପହିଲି ଫଗୁଣର ନିଶାରେ ପ୍ରୀତି ମୋ ନୂଆନୂଆ

ଆଖି ସତେ ଚଂଚଳ ମନ ହୁଏ ଆନମନା

ହାଏରେ ପହିଲି ପ୍ରୀତିର ଏ ପହିଲି ଫଗୁଣର ନିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance