STORYMIRROR

Annapurna Bhatta

Tragedy

4  

Annapurna Bhatta

Tragedy

ଦୁଃଖ ତ ମୋର ବନ୍ଧୁ

ଦୁଃଖ ତ ମୋର ବନ୍ଧୁ

1 min
283

ଦୁଃଖ ତ ମୋର ବନ୍ଧୁ

ଦୁଃଖ ଦିଅ କୃପାସିନ୍ଧୁ।


ଯେତେଦିନ ଥିବ ଦୁଃଖ

ତୁଣ୍ଡେ ଥିବ ତବ ନାମ।


ଦୁଖ ପାଇଁ ନାହିଁ ଅଭିମାନ

ତୁମେ ଯଦି ଥାଅ ପାଶେ ମୋର।


ମୋ ପରି କିଏ ଭାଗ୍ୟବାନ

ଦୁଃଖେ ଲଭେ ତବ ଦରଶନ।


ଦୁଃଖ ଲଭି ମୁଁ ଭାଗ୍ୟବାନ

ଦୁଃଖେ କରେ ଜପେ ପୁଣ୍ୟ।


ସୁଖେ ହେବି କାଳେ ମୋହ

ଦୁଃଖ ଭୁଲି ଭୁଲିବିକି ଧ୍ୟାନ।


ଧର୍ମକର୍ମ ଭୁଲି ଲଭି ପାପ

ହୁଡ଼ିଯିବି କାଳେ ପଥ।


ଦୁଃଖ ହେଉ ପଛେ କଷ୍ଟ

କଷ୍ଟ ବଳେ ଲଭି କୃଷ୍ଣ।


ଦୁଃଖେ ସାଉଁଟୁୁଥିବି ସୁଖ

ସେ ସୁଖେ ମିଳେ ଅମର ପ୍ରେମ।


କୃପାସିନ୍ଧୁ ହେ କୃପା କର

ଦୁଃଖ ବନ୍ଧୁ ପାଶେ ଥାଉ ମୋର।


ଦୁଃଖ ତ ମୋର ବନ୍ଧୁ

ଦୁଃଖ ଦିଅ କୃପାସିନ୍ଧୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy