STORYMIRROR

Annapurna Bhatta

Tragedy

2  

Annapurna Bhatta

Tragedy

ପ୍ରତାରଣାର କଥା ଆସିଲେ----

ପ୍ରତାରଣାର କଥା ଆସିଲେ----

1 min
3.2K

ପ୍ରତାରଣାର କଥା ଆସିଲେ ଯାହା ମନେପଡ଼ ଖାଲି ତୁମେ

ଅଜଣା ବାଟେ ବାଟୋଇ ସଜାଇ ମୋତେ,

ଅଧା ବାଟେ ତୁମେ ବାଟ ଭୁଲିଗଲ ସତେ

ଆଜି ଏକାଏକା ସେଇ ବାଟେ ମୁଁ ଚାଲେ

ପ୍ରତାରଣାର କଥା ଆସିଲେ ଯାହା ମନେପଡ଼ ଖାଲି ତୁମେ


ପ୍ରେମ ତରୁଡାଳେ ବସି କଥା ଦେଇଥିଲ ସତେ,

ପ୍ରେମପକ୍ଷୀ ଦୁହେଁ ଉଡ଼ିଯିବା ଆମେ ବହୁଦୂରେ

ଉଡ଼ିଗଲା ବେଳେ ହଜିଗଲ କେଉଁ ଅଚିହ୍ନା ଦିଗବଳୟେ,

ଆଜି ଏକାଏକା ପକ୍ଷୀଟି ମୁଁ ଘୁମରି ଘୁମରି ଭାଳେ

ପତାରଣାର କଥା ଆସିଲେ ଯାହା ମନେପଡ଼ ଖାଲି ତୁମେ


କଥାଥିଲା ପ୍ରେମଗିତୀ ଗାଇବା ମିଶି ଦୁହେଁ,

ପ୍ରେମ ଫାଲ୍ଗୁନୀରେ ମୋ ସୁର ଖାଲି ଶୁଭେ

ତୁମ ସୁର କିଆଁ ମୋ ସୁରେ ନମିଶି ଶୁଭେ,

ଆଜି ଏକାଏକା ସେ ଗୀତକୁ ମୁଁ ବେସୁୁୁରେ ଗାଏ

ପ୍ରତାରଣାର କଥା ଆସିଲେ ଯାହା ମନେପଡ଼ ଖାଲି ତୁମେ


ଭାଗ୍ଯରେ ନଥାଇ ଆସିଲତ ଜୀବନେ,

ଭୁଲିିିିବନି କହି ଭରସା ଦେଇଥିଲ ତୁମେ

ଭୁଲିିିିଯାଇ ଭଲସିନା ହେଇଗଲ ତୁମେ,

ଆଜି ଏକାଏକା ଭାଗ୍ଯକୁ ଭାବି ମୁଁ ଯାହା ନିନ୍ଦେ

ପ୍ରତାରଣାର କଥା ଆସିଲେ ଯାହା ମନେପଡ଼ ଖାଲି ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy