STORYMIRROR

Annapurna Bhatta

Abstract

2  

Annapurna Bhatta

Abstract

ପହିଲି ଫଗୁଣର ରଙ୍ଗ

ପହିଲି ଫଗୁଣର ରଙ୍ଗ

1 min
93

ପହିଲି ଫଗୁଣର ରଙ୍ଗ

ସେ ରଙ୍ଗ ଲାଗିଲା ଅଙ୍ଗେ ମୋର


ରଙ୍ଗ ଲିଭିଲା ଦାଗ ରଖିଲା

ସେ ରଙ୍ଗର ଦାଗ ନିଆରା


ଇନ୍ଦ୍ରଧନୁ ଠାରୁ ବି ଅଲଗା

ନିଆରା ରଙ୍ଗେ ମନ ପିଆଲା


ପିଆଲି ମନ ଖିଆଲି ଚିନ୍ତା

ସେ ଚିନ୍ତାରେ ମନ ଉଛୁଳା


ଆଖି ପଲକ ନପଡେ

ସେ ଚିନ୍ତାରେ ସ୍ବପ୍ନ ଝଲସେ


ରାତି ବିତେ ଦିନ ବିତେ

ଅମାନିଆ ମନ ନମାନେ


ଅଜଣା ସେ କାହାକୁ ଝୁରେ

ପହିଲି ଫଗୁ ରଙ୍ଗ ଛିଟାରେ


Rate this content
Log in

Similar oriya poem from Abstract