STORYMIRROR

Annapurna Bhatta

Abstract

2  

Annapurna Bhatta

Abstract

ପ୍ରେମର ମାନେ ମିଳନ ନୁହେଁ

ପ୍ରେମର ମାନେ ମିଳନ ନୁହେଁ

1 min
167

ନବାରେ ନାହିଁ ଆନନ୍ଦ ଯାହା ଦବାରେ ଅଛି

ନିଜର ବୋଲି ନୁହେଁସେ ଆମ ପାଶେଯେ ଅଛି


କାହିଁଯେ ସର କାହିଁଗୋ ସେହି କୁମୁଦ ରାଣୀ

କାହିଁଯେ ଜଳ ସରେଗୋ କାହିଁ ଅମ୍ବର ପୁଣି


ଚନ୍ଦ୍ରର ଠାଣି ଆଗମ ବାଜା ରୋଷଣୀ ଶୁଣି

ଚଞ୍ଚଳି କଇଁ ଯାଏଗୋ ଦୂରୁ ଲାଜେଗୋ ଫୁଟି


କୁମୁଦ ଜାଣେ ଆକାଶେ ଚନ୍ଦ୍ର କାହିଁଗୋ ଅଛି

କଅଁଳ ମନେ ଜୋଛନା ଖୋଜେ ପୀରତି ପାଇଁ


ପୀରତି ପାଇଁ ପ୍ରେମଗୋ ଲୋଡ଼ା ଚନ୍ଦ୍ରକୁ କଇଁ

ପ୍ରେମର ମାନେ ମିଳନ ନୁହେଁ ସଭିଙ୍କ ପାଇଁ


କଇଁର ମୁଖ ଚନ୍ଦ୍ରର ଆଶା ଅନ୍ଯଥା ନାହିଁ

କଇଁର ଭାବ କେବଳ ଜୋସ୍ନା ଚନ୍ଦ୍ରରେ ଜାଣି


ଦୁହିଁଙ୍କ ମନ ଉଜ୍ଜ୍ବଳ ଚନ୍ଦ୍ରେ ଜୋସ୍ନାର ପରି

ଦୁହିଁଙ୍କ ପ୍ରେମେ ତ୍ଯାଗର ବାସ୍ନା ସଂନ୍ଧ୍ଯାଗୋ ସାକ୍ଷୀ


ପ୍ରେମର ମାନେ ମିଳନ ନୁହେଁ ସଭିଙ୍କ ପାଇଁ

ପ୍ରଣୟ ସେହି ପାଇଛି ସବୁ ନପାଇ କିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract