ଏ କେଉଁ ପ୍ରେମର ରଙ୍ଗ
ଏ କେଉଁ ପ୍ରେମର ରଙ୍ଗ
ଏ କେଉଁ ପ୍ରେମର ରଙ୍ଗ
ଛଡ଼ାଇଲେ ଲିଭେନା ଏ ଦାଗ
ମନରେ ଲାଗିଛି ସେ ରଙ୍ଗ
ରଙ୍ଗ ଲାଗି ସିହରେ ମୋ ଅଙ୍ଗ
ନୁହଁ ଏମିତି ସେମିତି ରଙ୍ଗ
ଦିନେ ଛୁଇଁଥିଲା ରାଧା ଗାଲ
ମୀରା ହେଲା ପ୍ରେମ ପାଗଳି
ଗୋପାଙ୍ଗନା ହୋଇଥିଲେ ବଶ
ଏ କେଉଁ ପ୍ରେମର ରଙ୍ଗ
ଛଡ଼ାଇଲେ ଲିଭେନା ଏ ଦାଗ
ଏ ରଙ୍ଗେ ହଜିଯାଏ ସରମ
ପାଗଳ କରି ଲୁଟେ ସେ ମନ
ଧୀରେ ଟାଣି ନିଏ ପ୍ରାଣ
ରାଧା ପରି କରାଏ ଉଛନ
କାହିଁଗଲେ ସେ ନନ୍ଦନନ୍ଦନ
ରଙ୍ଗମାରି ଚୋରିକଲେ ମନ
ଏ କେଉଁ ପ୍ରେମର ରଙ୍ଗ
ଛଡ଼ାଇଲେ ଲିଭେନା ଏ ଦାଗ
ଏ କେଉଁ ପ୍ରେମର ରଙ୍ଗ
