STORYMIRROR

Sukadev Mahanta

Abstract Inspirational Others

4  

Sukadev Mahanta

Abstract Inspirational Others

ପହିଲି ବୈଶାଖ

ପହିଲି ବୈଶାଖ

1 min
315


ନବପଲ୍ଲବରେ        ପହିଲି ବୈଶାଖେ  

       ମୃଦୁ ହସେ ତରୁ ଲତା  

ପଣା ସଂକ୍ରାନ୍ତିରେ     ହନୁମାନଙ୍କର 

      ଜୟନ୍ତୀର ସାତ୍ତ୍ବିକତା ||

ସୂର୍ଯ୍ୟଦେବଙ୍କର      ଆରାଧନା କରି

      ବିଦାୟ ଦେବା ଚୈତ୍ରକୁ

ମାଆ ମଙ୍ଗଳାଙ୍କ     ଆରାଧନା ସହ

     ସ୍ବାଗତ ବଇଶାଖକୁ||

ପାଟ ଭକତାଙ୍କ      ବ୍ରତ ସମାପନେ

      ଲଭି ମଙ୍ଗଳା ଆଶିଷ

ଚରକ ମେଳାରେ     ଆନନ୍ଦେ ବୁଲିଣ

       ମୁଖରେ ରଖିବା ହସ ||

ସମ୍ବିଧାନ ସ୍ରଷ୍ଟା    ଆମ୍ବେଦକରଙ୍କ

     ଜୟନ୍ତୀ ଶୁଭାବସରେ

ମହାନ କରିବା     ଜୀବନକୁ ଆମ

     କ୍ଷୁଦ୍ର ଆୟୁଷ ମଧ୍ୟରେ ||

ପ୍ରସ୍ତୁତ କରିବା   ସହିବାକୁ ଝାଞ୍ଜି

       ପବନର ଉଷ୍ଣତାକୁ

ବେଲ ପଣା ପିଇ   ସନ୍ତୃପ୍ତ କରିବା

     କ୍ଷଣିକ ପାଇଁ ପ୍ରାଣକୁ ||

ଦୂର ତାଳ ବୃକ୍ଷ    ଫଡ ଫଡ ହୋଇ

    କହେ ନିଅ ତାଳ ସଜ

ପେଟ ଥଣ୍ଡାକର    ଖାଇ ମନ ଇଚ୍ଛା

    ମୋ ସ୍ବାଦିଷ୍ଟ ତାଳସଜ ||

ସ୍ବାଗତ କରିବା     ହିନ୍ଦୁ ନବବର୍ଷ

    ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ

ମଦ ବା ମାଂସର   ଆସରରେ ନୁହେଁ

     ଦେବଙ୍କ ଆରାଧନାରେ ||

ଘନ ଅନ୍ଧକାରେ     ନିଶାର୍ଦ୍ଧରେ ନୁହେଁ

    ପ୍ରଭାତରେ ଦିବାଲୋକେ

ସ୍ବାଗତ କରିବା    ହିନ୍ଦୁ ନବ ବର୍ଷ

     ସମ୍ପୂର୍ଣ୍ଣ ସାତ୍ତ୍ବିକତାରେ ||

ସୁଖମୟ ହେଉ   ହିନ୍ଦୁ ନବ ବର୍ଷ  

    ସମଗ୍ର ଜଗତ ପାଇଁ 

ସମୃଦ୍ଧିର ବର୍ଷ    ହେଉ ନବ ବର୍ଷ

     ଆମ ସମସ୍ତଙ୍କ ପାଇଁ ||


Rate this content
Log in

Similar oriya poem from Abstract