STORYMIRROR

Lipsa Acharya

Abstract

2  

Lipsa Acharya

Abstract

ଫିକା ଫଗୁଣ

ଫିକା ଫଗୁଣ

1 min
153

ଫଗୁଣ ଆସେ ବସନ୍ତକୁ ସାଥିରେ ଧରି

ଆମ୍ବ ବଉଳର ବାସ୍ନାରେ ମହକାଇ ଦିଏ 

ତୁଣ୍ଟା ବୃକ୍ଷ ଗର୍ଭଗତୀ ହୁଏ, 

ଶାଗୁଆ ରଙ୍ଗର ପତ୍ରକୁ ପ୍ରସବ କରାଇବା ପାଇଁ କି

ତା'ପରେ ଆଖିରେ ଝଲକି ଉଠେ

ରଙ୍ଗ ବେରଙ୍ଗର କୁସୁମ

ସତେ କି ସଜେଇ ହବ , କେଉଁ ନବ ବୋଧୂର ଗଭାରେ

କିଚ୍ଥି ରଙ୍ଗ ଅପେକ୍ଷା କରିଥାନ୍ତି

ଦୋଳ ମେଲଣ କୁ , ଏକତାର ବାର୍ତ୍ତା ଦେବା ପାଇଁ କି

ଆଜି ଫଗୁଣର ପରିବେଶ ଅଛି

ହେଲେ, ତା' ଆକାଶ ରଙ୍ଗୀନ

ମଶାଣୀ ଭୂଇଁରେ ଜଳୁଥିବା , କେଉଁ ନବ ବୋଧୂ

ଜୁଇର ଅନ୍ତିମ ଆଭାରେ

ଆଉ ଏକତା ଖଣ୍ଡ ବିଖଣ୍ତିତ ହେଇ ପଡିଚ୍ଥି ଚ୍ଥିନ୍ନ ପାଖୁଡାର ରଙ୍ଗ ପରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract