STORYMIRROR

Akshaya Kumar

Abstract Classics Inspirational

3  

Akshaya Kumar

Abstract Classics Inspirational

ଫିକା ହୋଲି

ଫିକା ହୋଲି

1 min
204

ହୋଲି ର ରଙ୍ଗ କେତେ ଯେ ରଙ୍ଗୀନ୍

ପଚାର ତାକୁ ଯାଇ

ଯିଏ ଦେଖିପାରେ ନାହିଁ ..।।୧।।


ହୋଲି ରେ ହୋଲି 

ଦେ ଟିକେ ରଙ୍ଗ ବୋଳି

ଖୁସିର ପସରା ନେଇ

ଆସିଛି ସେ ଝୁଲି ଝୁଲି ...।।୨।।


ଫଗୁଣ ମାସର ଫିକା ଫଗୁଣ କୁ

ସଜେଇବାକୁ ଯାଇ 

ହୋଲି ଯେ ଆସିଲା 

କେତେ ଯେ ରଙ୍ଗ ନେଇ ...।।୩।।


ହୋଲିକା ରାକ୍ଷସୀ ପ୍ରହଲ୍ଲାଦ କୁ

ଦାହ କରିବାକୁ ଯାଇ 

ସେଇ ନିଅା ରେ ପୋଡ଼ି

ଭସ୍ମ ହୋଇଥିଲା ସେହି । ...।।୪।।


ଷୋଳ ସହସ୍ର ଗୋପୀ ଙ୍କୁ ନେଇ

ଫଗୁ ଖେଳୁଥିଲେ ରାଧାରାଇ । ...।।୫।।


ଭାଙ୍ଗ, ପଣା, ଲସି , ଅବିର , ପିଚକାରୀ

ଆଦି ହୋଲି ର ଆକର୍ଷଣ ,

ହାତରେ ଧରି ପିଚକାରୀ କୁ 

କରନ୍ତି ରଙ୍ଗର ବର୍ଷଣ ।...।।୬।।


ଦେହେ ଧଳା ଲୁଗା ଯେ ବସନ

ପରିଧାନ କରି

ବାହାରି ଯାଆନ୍ତି ଖେଳିବାକୁ ହୋଲି

ହାତରେ ଅବିର ଧରି ।..।।୭।।


ହୋଲି ର ମିଠା 

ଘରର ପିଠା

ଖାଇଛି ଯେ ଭାଇ 

ହୋଲି ର ଅସଲ ମଜା 

ପାଇଛି ସେହି ...।।୮।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract