STORYMIRROR

Kalandi pal

Inspirational

3  

Kalandi pal

Inspirational

ଫଗୁଣର ଶେଷ ଚିଠି

ଫଗୁଣର ଶେଷ ଚିଠି

1 min
304

ଫଗୁଣରେ ଫଗୁଣ ବରଷକେ ଥରେ ଆସି

ତୋ ପ୍ରେମ ଅବିରେ ଧରା, ନାଚେ ହସି ହସି

ମନ୍ଦ ମନ୍ଦ ବାଆ ତୋର କୋକିଳର ତାନ

ନୂଆ ଉନ୍ମାଦନା ଭରିଯାଏ ତନୁ ମନ

  ବିରହୀ ସଜାଏ ତୋତେ ଦୋଷୀ ll


ଜୀବନରେ ଆସେ ପୁଣି କେତେ କେତେ ଫଗୁଣ

ସବୁ ଫଗୁଣ କି କିଣେ, ବିରହୀର ମନ

ବିରହୀର ବେଦନା, ଫଗୁଣ ତ ବୁଝିଛି

ପ୍ରେମର ଫଲଗୁ ଆଣି ମନରେ ବୁଣିଛି

  ଦେଇ ପାରିବ କି ଟିକେ ଖୁସି ll


ନାହିଁ ସେହି ସରାଗ ତ ଫଗୁଣରେ ଆଉ

ଲିଭାଇ ଦେଇଛି ପ୍ରେମ ବହ୍ନିର ଦାଉ

ସଜାଇ ଦେଇଛି ଆଜି ଏକା ଏକା ଏଠି

ଏହି ଜୀବନର ଶେଷ ଫଗୁଣର ଚିଠି

  ସେଇ ଭାବନାରେ ଗଣ୍ଠି କଷି ll


ଫଗୁଣ ଆସିବ ବୋଲି ମନ ନାଚୁଥିଲା

ମଳୟ ବାସ୍ନାରେ ତାର ମନ ହଜୁଥିଲା

ସାଥେ ଥିଲା ସ୍ୱପ୍ନ ତାର ହେଲା ମରୀଚିକା

ଫଗୁଣର ଶେଷ ଚିଠି ଦେଇଗଲା ଧୋକା

  ଦୁଃଖେ ଦୁଃଖୀ ହୁଏ ଏକା ଏକା ବସି ll


ଖେଳଘର ଥିଲା ତାର ସପନର ଘର

ଭାଙ୍ଗି ଦେଲା ଚିଠି ତାର ସପନ ମହଲ.

ଚାହିଁଛି ଆଜି ସେ ତାର ପ୍ରିୟର ପଥକୁ

ଅଭାଗିନୀ, ଅନାଥିନି ଆଦରି ତା କର୍ମକୁ

  କେମିତି କଟିବ ତା ଜୀବନ ନିଶି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational