Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଫଗୁଣର ସାତଫେରି

ଫଗୁଣର ସାତଫେରି

1 min
6



ବସନ୍ତ ଆସିଛି ଫଗୁଣ ଦୋଳିରେ

ଫଗୁ ହାତରେ ଧରି

ହଳଦୀବସନ୍ତ ଏପଟ ସେପଟ ହେଉଛି

କୋଇଲି କିରି କିରି

ଦୋଳ ବିମାନ ସଜ ହେଉଛି ଫୁଲରେ

ରାଧା ମାଧବ ପଂକ୍ତିରେ ବାହାରି

କୁଞ୍ଜ ବନେ ରାଧା ବିଶାଖା ଲଳିତା ସାଥେ

ଅତୀତ ହୁଅନ୍ତି ଝୁରି

ମାଣିକ ମନରେ ଅନେକ ସରାଗ

ସଜାଡି ତା ସାତଫେରି

ଦହି କିଏ ନେବ ଆସଲୋ ବଉଳ ମକର

ଭାବେ ଆଷାଢ଼ୀ ଆସିଛି ଫେରି

ତୁମ ସେ ଚିଠିଟା ମଳୟ ପବନେ ଉଡୁଛି

ଲାଜରେ କଇଁ ମନ ଯାଏ ଚିରି

ଜହ୍ନ ଯେବେ ଆସେ ପୂର୍ଣ୍ଣମୀ ରାତିରେ

ଉଆଁସ ଯାଏ ମରି

ଫଗୁଣ ରଙ୍ଗର ସାତଫେର ଉଡି

କାନରେ କହୁଛି ଥିରି

ଉଡାସୀ ମନ ତୋ ପୁଣି ହସିବ

ରହନା ମନମାରି

ଯେତେବେଳେ ଯାହା ଆସିବାକୁ ଥିବ

ଆସିବାକୁ ଦିଅ ତାଳିଟେ ମାରି

କହ୍ନେଇ ବଇଁଶୀ ସ୍ୱର ଶୁଣିବାକୁ ଗୋପେ

ରହିଛନ୍ତି କର୍ଣ୍ଣ ଡେରି

ଫଗୁଣ ଆସିଲେ ଉଛୁଳେ ଯମୁନା

ସାତରଙ୍ଗେ ରଙ୍ଗୟିତ ହୋରି

ହୋଲିର ରଙ୍ଗୋଲି ମହୁଲି ମହୁଲି

ମନେ ନିଶା ଦିଏ ଭରି ।।


Rate this content
Log in

Similar oriya poem from Romance