STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ଫଗୁଣର ପ୍ରୀତି ଛିଟା

ଫଗୁଣର ପ୍ରୀତି ଛିଟା

1 min
211


ଲୋ ଫଗୁଣ ! 

ତୁ ଆସିଛୁ ଏବେ ଏବେ

କେତେ ରୂପ ରଙ୍ଗର ସମ୍ଭାର ନେଇ, 

ଦେଖୁଛି ତୋର ନବ ଯୌବନ

ଅଙ୍ଗେ ରଙ୍ଗେ ଲାଗେ ମୋର

ତୋ ପ୍ରୀତିର ଛିଟା

ଅପଲକେ ଚାହିଁ ରହେ ମୁଁ

ଆତ୍ମବିଭୋର ହୋଇ। 

ନିଦ୍ରା ବିଯୋଡିତ ନୟନେ 

ମନର ପାଦପରୁ ଝଡି ପଡେ 

କ୍ଳାନ୍ତିର ପତ୍ରସବୁ,

ଏକ ସମ୍ଭାବନାର ଆବେଗ

ହୃଦୟର ସ୍ପନ୍ଦନରେ 

ଭରିଦିଏ ମୋର ଅନୁରାଗ

ଆଶାର ନବ ପତ୍ରେ ପଲ୍ଲବିତ ହେବାକୁ।

ଲୋ ଫଗୁଣ !

ବହି ଆସି ବସନ୍ତର ମଧୁ ମଳୟ 

ତୋ ରଙ୍ଗ ବୋଳା ଓଠେ 

ଆଙ୍କି ଦିଏ ପ୍ରୀତିର ଚୁମ୍ବନଟିଏ, 

ଅଧର ଧାରେ ଧାରେ ତୋର 

ଫୁଟି ଉଠେ ହସର ଫୁଲ  

ଲାଜେଇ ଯାଉ ତୁ

ହୋଇ ସରମି ଲତାଟିଏ।

ତୋ ଆସିବାର ବାଟରେ 

ସଜା ହୋଇଛି ସୁନ୍ଦର ତୋରଣ 

ସୁନ୍ଦର ଅକ୍ଷରରେ ସ୍ବାଗତମ୍ ଲେଖି,

ଛାଇ ଅଳସ ନିଦରେ 

କଡ଼ ଲେଉଟାଏଁ ମୁଁ

ତୋ ଚୁଲବୁଲି ଠାଣି ଦେଖି।

ଲୋ ଫଗୁଣ !

ମନ ମୋର ଯାଏ ଲାଖି 

ତୁ ଆସିଛୁ ପୁନେଇଁ ଜହ୍ନ ସାଜି, 

ସତ ହୋଇଛି ମୋ ସାଇତା ସପନ 

ହସେ ମୁଁ ଦେଖି ତୋତେ 

ମୋ ଆଗେରେ ଆଜି। 

ସାରା ଭୁବନେ ଭବନ

ଚହଟେ ଲାଗି ତୋ ପ୍ରୀତି ଛିଟା

ଚଲା ପଥରୁ ହଟିଯାଏ ଦୁଃଚିନ୍ତାର କଣ୍ଟା,

ବଉଳେ ଆମ୍ବ ଫୁଟନ୍ତି ଫୁଲ ନାନା ଜାତି

ମୁଗ୍ଧ କରେ ବିଦଗ୍ଧ ପ୍ରାଣକୁ

କୋଇଲିର ମଧୁର ଗୀତ 

ଦୂର ହୋଇଯାଏ ଦୁଃଖର ଘନଘଟା।

ଲୋ ଫଗୁଣ !

ଆଶା ମୋର ଭାଷା ହୁଏ 

କରେ ମୁଁ ପ୍ରେମ କବିତା ରଚ଼ନା

ରାଧାକୃଷ୍ଣଙ୍କ ଅମର ପ୍ରେମର ହୋଲି ଖେଳି

ହସ ଖୁସି ଆନନ୍ଦରେ ପଡ଼େ ଉଛୁଳି,

ତୁ ମୋ ଭାବର ଭାବନା 

ଆସିଛୁ ବୋଲି

କରେ ତୋର ଅଭ୍ୟର୍ଥନା  

ମନ ପ୍ରାଣରୁ ମୋ ମର୍ମର ବେଦନା ଭୁଲି

ଦିଏ ମୁଁ ତୋତେ ମୋ ପ୍ରେମାଞ୍ଜଳି।

ସପନଟିଏ ଦେଖିଥିଲି ତୋ ପାଇଁ 

ତୁ ମୋ ଜୀବନ ଆକାଶେ 

ଆସିବୁ ଦିନେ ଉଇଁ, 

ତୋ ଶୋଭାର ଆଭାରେ 

ହସି ଉଠେ ମୋ ଘର ଅଗଣା

ସତ ହୋଇଛି ସପନ ସବୁ

ହୃଦୟ ସାଗରର ଲହରୀ ଯେତେ

ନାଚି ନାଚି ଯାଏ ଛୁଇଁ  

ମୋ ସଫଳତାର ବେଳାଭୂଇଁ।

     


Rate this content
Log in

Similar oriya poem from Romance