Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RATIKANTA NAYAK

Abstract Others

4  

RATIKANTA NAYAK

Abstract Others

ଫଗୁଣର ଫଗୁ

ଫଗୁଣର ଫଗୁ

1 min
311


ଫଗୁଣ ଆଣିଛି ରଙ୍ଗର ପସରା

ପ୍ରଭୂ ରାଧାକୃଷ୍ଣ ଙ୍କ ପାଇଁ 

ଆସ ରେ ସଭିଏଁ ଖେଳିବା ମେଳିନ

ରାଧା କୃଷ୍ଣ ନାମ ଗାଈ !

ଆହକି ସୁନ୍ଦର୍ ପ୍ରଭୁ ବଂଶିଧରୀ ମୋର

କି ସୁନ୍ଦର୍ ଯୁଗଳ ମୂର୍ତ୍ତି

ଦେଖିନାହିଁ କେବେ ଏ ନର ଜୀବନେ

ତୁମ ଦରସନେ ଆହାକି ଶାନ୍ତି !

ମନରେ ନ ରଖି ରାଗ ଅଭିମାନ

ଏ ଜିବନ ସତେ ଅଢ଼େଇ ଦିନ

ସୁଖରେ ଦୁଃଖରେ ସରେ

ତୁମ ଆଶ୍ରିବାଦ ଭିକ୍ଷା ମୁଁହି କରେ !

ଫଗୁଣେ ଅଭିର ଗୋଲାପି ଗୋଲାପି

ନାଲି ନିଳୀ ରଙ୍ଗ ବେରଙ୍ଗି ବେରଙ୍ଗୀ

ଖେଳି ଆନନ୍ଦ ଉଲ୍ଲାସେ

ଅତି ସୁନ୍ଦର ପ୍ରଭୁ ମସ୍ତକେ ଚନ୍ଦ୍ରିକା ଝଲ ସେ !

ତିନି ପୁରେ ଆଜି ଆନନ୍ଦ ଉଲ୍ଲାସ

କେ କାହିଁ ଜାଣିବ ତୁମ ଅବକାଶ

ମାୟା ନଗରୀରେ ମଣିଷ ଜନମ 

ସୁନ୍ଦର୍ ଅଟେ ସେ ଦଧୀ ବାମନ !

ପ୍ରେମ କୁ ବାଣ୍ଟିଛ ସଭିଙ୍କ ମନରେ

ପ୍ରେମରେ ସଂସାର ବନ୍ଧା

କି ମାୟା ତୁମର ପ୍ରଭୁ

ଭାବିଲେ ଲାଗୁଚି ମନ କୁ ବ୍ୟଥା !

ରଙ୍ଗରେ ରଞ୍ଜିତ ରାଧାକୃଷ୍ଣ ପ୍ରଭୂ 

ଦେଖିଲେ ଲାଗୁଚି କି ମନ ଶୋଭା

କରୁଣା ସାଗର ଆହେ ଦୟାମୟ

ଫଗୁଣରେ ଫଗୁ ହେଉ ତୁମ ପୟ !



Rate this content
Log in

Similar oriya poem from Abstract