STORYMIRROR

Baijayantimala Rout

Abstract

3  

Baijayantimala Rout

Abstract

ଫଗୁଣର ଆଗମନେ

ଫଗୁଣର ଆଗମନେ

1 min
174

ଫଗୁଣ ଆସିଛି ଏ ଧରା ଧାମକୁ

ରଙ୍ଗର ପସରା ଧରି

ଋତୁ ରାଜ ପୁଣି ଅଟଇ ବସନ୍ତ

ଆସଇ ସେ ଥିରି ଥିରି

ସାଥେ ଥାଏ ତାର ନାନା ଜାତି ଫୁଲ

ମହ ମହ ହୁଏ ବାସ

ମତୁଆଲା ହୁଏ ମଧୁପ ଟେ ପୁଣି

ପାଇ ଫୁଲର ପରଶ

ଧରଣୀ ରାଣୀ ମୋ ଲାଗଇ ସୁନ୍ଦର

ମସ୍ତକେ ନାଲି ଓଢଣୀ

ପଞ୍ଚମ ସ୍ବରରେ ଗାନ କରେ ଆଜି

କୋକିଳ ମଧୁର ବାଣୀ

ଥିରି ଥିରି ବହେ ମଳୟ ପବନ

ତନୁମନ ଯାଏ ଛୁଇଁ

ପ୍ରେମର ରଙ୍ଗରେ ରଙ୍ଗେଇ ଦେଇଛି

ଫୁଲର ସମ୍ଭାର ନେଇ

ସବୁଜିମା ଭରା ଧରଣୀ ରାଣୀ ମୋ

ପାଇଛି ନବ ଯୌବନ

ହସୁଛି ସେ ପୁଣି ଲାଜେଇ ଲାଜେଇ

ପ୍ରେମ ଋତୁ ଆଗମନ

ଫଗୁଣ ମାସରେ ଫଗୁ ଖେଳ ହୁଏ

ନାନା ରଙ୍ଗ ସାଥେ ନେଇ

ଗଗନେ ଉଡଇ ସଭିଙ୍କର ମନ

ଫଗୁ ଦେବେ ବରଷାଇ

ନୂତନ ସୌନ୍ଦର୍ଯ୍ୟେ ବିମଣ୍ଡିତ ଆଜି

ପ୍ରକୃତି ବଧୁ ସାଜଛି

ବିଭୁ ପାଦତଳେ କୋଟି ପ୍ରଣିପାତ

ସୁନ୍ଦର ସୃଷ୍ଟି ରଚିଛି


Rate this content
Log in

Similar oriya poem from Abstract