ଫଗୁଣ
ଫଗୁଣ
ଲାଜୁଆ ହସ ତା ଦୁଇ ଓଠ ଧାରେ
ହସୁ ଥାଏଖିଲି ଖିଲି,
ଫୁଲେଇ ମୁହେଁ ତା ରଙ୍ଗ ବୋଳି ହୋଇ
କହିଲା, ମୁଁ, ଫଗୁଣ ବୋଲି ।
ବଉଳ ର ବାସ୍ନା ମହ ମହ ହୋଇ
ଚଉଦିଗେ ବୁଣିଦେଲା,
କୁହୁ କୁହୁ ସୁରେ କୋଇଲି ଗାଇଲା
ଜନ ମାନସ ମୋହିଲ।
ମନ୍ଦ ମନ୍ଦ ମୃଦୁ ମଳୟ ବୋହିଲା
ପ୍ରେମର ଋତୁ ଆସିଲା,
ବନେ ଉପବନେ ଫୁଲର ଜୁଆର
ପ୍ରକୃତି ରାଣୀ ହସିଲା ।
ପିୟାସୀ ମନରେ ରଙ୍ଗ ଭରି ଦେଲା
ଚୋରା ମଳୟ ପୀରତି,
ଗୁଣୁ ଗୁଣୁ ହୋଇ ଭ୍ରମର କହିଲା
ଏବେ ଆସିବେ ତୋ ସାଥୀ ।।

