Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

4  

Bijay Prusty

Drama

ଫଗୁଣ ଖେଳୁଛି ହୋଲି

ଫଗୁଣ ଖେଳୁଛି ହୋଲି

1 min
315



ଛାତିତଳେ ମୋର ବିଶାଳ ଆକାଶ

ତୁ ଏକ ଉଡନ୍ତା ପକ୍ଷୀ

ଛୁଇଁ ପାରିନାହିଁ ତୋ ମନକୁ ସିନା

ପଡିଛି ତୋ ପ୍ରେମେ ସଖୀ I


ଫଗୁରେ ଫଗୁଣ ଖେଳିଲାଣି ଖେଳ

ଆକାଶେ ଲାଗିଛି ନିଆଁ

ଦେହର ଦହନ ବଢିବଢି ଯାଏ

ପାଇବାକୁ ପ୍ରୀତିଛୁଆଁ I


ତୋ ଓଠରୁ ଯେବେ ଫଗୁଣ ଝରଇ

ରଙ୍ଗରେ ଭିଜାଇ ଦେଉ

ଅଜାଣତେ ମୋର ଶ୍ରାବଣ ହୋଇ ତୁ

ଆଖି କୋଣୁ ଝରିଯାଉ I


ମାଗିଥିଲି ପରା ଆଲୁଅ ଟିକିଏ

ଦେଲୁ ତୁ ଅନ୍ଧାର ରାତି

ହୃଦୟରେ ତୋତେ ରଖିଛି ବୋଲି ମୁଁ

ଚିରୁଛୁ ନିତି ମୋ ଛାତି I


ଫଗୁ ପୁନେଇଁର ଜହ୍ନ ନିରବରେ

ରହିଥିଲା ମୋତେ ଚାହିଁ

ତୋ କୁଶଳ ବାର୍ତ୍ତା ପଚାରିଲି ତାକୁ

କିଛି ବି କହିଲା ନାହିଁ I


ଫୁଲରେ ଫୁଲରେ ରଙ୍ଗର ବିପଣୀ

ଫଗୁଣ ଖେଳୁଛି ହୋଲି

ଭାବିଛି ତୋଦେହେ ଦେବି ନାନା ରଙ୍ଗ

ଓଠରେ ବୋଳିବି ନାଲି I

          


Rate this content
Log in

Similar oriya poem from Drama