STORYMIRROR

Shanti Mishra

Inspirational

3  

Shanti Mishra

Inspirational

ଫଗୁଣ ଗୁଂଜନ

ଫଗୁଣ ଗୁଂଜନ

1 min
9.7K




ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

____________________

ଧୈର୍ଯ୍ୟ ବାଲି ବନ୍ଧ, ବାନ୍ଧି ରଖିବାକୁ, ଆଉ ନାହିଁ ମୋର ଧୈର୍ଯ୍ୟ

ବାଧ୍ୟ କର ନାହିଁ, କେବେ ହେବିନାହିଁ, ସେଥିରେ ମୁଁ କୃତକାର୍ଯ୍ୟ


ପ୍ରତୀକ୍ଷାର ସୀମା ଅଚିରରେ, ତୁମେ କରିଦେଇ ଅତିକ୍ରାନ୍ତ

ଲିଭାଇ ଦେଇଛ, ଅଲେଖା ସବୁ ପ୍ରତିଶ୍ରୁତି, ଭାଂଗିଛ ସବୁ ଶପଥ


ଜୀବନର ଚକା ଭଉଁରୀରେ ଅହରହ, ଘୁର୍ଣ|ୟ ପଥେ ଖେଳି

ବୁଲାଇଣ ମୁଣ୍ଡ ଖସି ପଡୁଅଛି, ଆଉ ଠିଆ ହୋଇ ଯେ ନପାରି


ସାଧା ସିଧା ମଣିଷର, ଶତ୍ରୁ ହୋଇଗଲେ, ଯେତେ ସବୁ ମିଛ ସ୍ବପ୍ନ

ତଳେ ପଡି, ଉଠି ନପାରିବାର ଯନ୍ତ୍ରଣା, କଲା ଏବେ ଧ୍ୟାନ ଭଗ୍ନ


କାଳେ ଝାଉଁଳି ପଡିବ, ତେଣୁ ଦୂରୁ ଦେଖୁଥିଲି, କେବେ ସ୍ପର୍ଶ ନକରି

ମୋର ଅଜାଣତେ, ଜାଣି ପାରିଲିନି, କେବେ ହୋଇଗଲା ମନ ଚୋରି


ଏକ ଧ୍ୟାନେ ସ୍ମରୁ ଥିଲି ନୀତି, ତୁମ ନାମେ କରି ସୁନ୍ଦର ଜପା ମାଳୀ

ଜ୍ଞାନ ଉଦୟ ହେବାରେ, ଡେରି ହୋଇଗଲା ,ସବୁ ଯାଇଥିଲା ସରି


ଅଦିନରେ ଫୁଟୁଥିବା ଫୁଲର ବାସ୍ନା, ବେଶୀ ସମୟ ରହି ପାରେନା

ସବୁ ଜାଣିଥିଲେ ବି ନଜାଣିବାର, କରୁଥିଲି ଏଯାଏ ଖାଲି ଛଳନା


ଦେବତ୍ବର ସ୍ଥାନ ଦେଇ ବହୁ ଉର୍ଧେ, କାହିଁକି ଯେ ନୀତି ପୂଜା କରୁଥିଲି

ଜାଣି ନଥିଲି ସେଦିନ, ଭଗବାନ ସମସ୍ତକଂର, ପୁଣି କାହର ନୁହନ୍ତି ବୋଲି


ସ୍ବପ୍ନ ବିନା, ରୂପ ନେଇ ପାରେକି, କେବେ ଜୀବନ, ବାସ୍ତବତାର

ସଫଳ ଜୀବନ ଯାପନ ପାଇଂ, ସ୍ବପ୍ନ ଏକ ଛୋଟ ମାଧ୍ୟମ ମାତ୍ର


ତୁମକୁ ଦୋଷ ଦେବା ଭଳି ଆସ୍ପର୍ଧ|, କେବେ କରି ପାରିବି ନାହିଁ

କାରଣ ସ୍ବପ୍ନ ସବୁ ମୋ ନିଜସ୍ବ, ତୁମର ସେଥିରେ କିଛି ଭୂମିକା ନାହିଁ

**********************************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational