STORYMIRROR

Mr.GAGAN BIHARI NAYAK

Romance Action Fantasy

3  

Mr.GAGAN BIHARI NAYAK

Romance Action Fantasy

ଫଗୁଣ ଦେଇଛି ଚିଠି -

ଫଗୁଣ ଦେଇଛି ଚିଠି -

1 min
206


ଭିଜା ଫଗୁଣର ପତ୍ରରେ ବାସନ୍ତୀ। 

ଲେଖିଛି ଗୋଲାପି ଚିଠି ।

ମହକ ଭରା ତା ପ୍ରିତୀ ପାଖୁଡ଼ାରେ। 

ସାଇତା ଅତୀତ ସ୍ମୃତି ।0।



ଭଲ ପାଇବାର କଥା ସେ ଦେଇଛି ।

ହେବାକୁ ଜୀବନ ସାଥୀ ।

ଲାଲିମା ଓଠରେ ଦାଗଟିଏ ଆଙ୍କିଛି। 

ଲେଖିଛି ଶେଷରେ ଇତି ।

ଲୁଚି ଲୁଚି ପଢେ ସେ ଚିଠିକୁ ନିତି।

ଘୁମେଇଁ ପଡିଲେ ରାତି ।୧।



ରାତିଟା ସତେକି ଲାଗେ ଏମିତିକା। 

ମୋ ସାଥେ ବାନ୍ଧିଚି ପ୍ରିତୀ ।

ମଧୂ ଭରିଦିଏ ଏ ମନ ଗୋପନେ।

ଛାତିତଳେ ବଢେ ତାତି ।

ଜଳାଏ ଅତୀତ ଅଦେଖା ନିଆଁରେ ।

ତୁମେକି ବୁଝିବ ସାଥୀ ।୨।


Rate this content
Log in

Similar oriya poem from Romance