STORYMIRROR

Santosh Kumar Nayak

Abstract Romance Others

4  

Santosh Kumar Nayak

Abstract Romance Others

ଫଗୁଣ ଆସିଛି ଫେରି...

ଫଗୁଣ ଆସିଛି ଫେରି...

1 min
308

କମି ଆସିଲାଣି ଶୀତର ପ୍ରକୋପ

ରଙ୍ଗର ପସରା ଧରି,

ମଳୟ ପବନେ ନାଚି ନାଚି ପୁଣି

ଫଗୁଣ ଆସିଛି ଫେରି ।


ଚଉଦିଗ ବାସେ ବଉଳ ବଉଳ

ପିକ କଣ୍ଠୁ ଝରେ ଗୀତି,

ବାଟବଣା ହୋଇ ଫୁଲରୁ ଫୁଲକୁ

ଉଡିବୁଲେ ପ୍ରଜାପତି ।


ମଧୁମାଳତୀର ହସହସ ମୁହଁ

ରଜନୀଗନ୍ଧାର ଲାଜ,

ପ୍ରେମର ରଙ୍ଗରେ ରଙ୍ଗେଇ ହେବାକୁ

ହଳଦୀ ବସନ୍ତ ସଜ ।


ତରୁଣ ଅରୁଣ କଅଁଳ କିରଣ

ଉଷୁମ କିଶୋର ମନ,

ଜହ୍ନ ଜୋଛନାରେ ଉଛୁଳି ପଡଇ

କିଶୋରୀର ଯଊବନ ।


କୁଞ୍ଜେ ଭରିଲାଣି ବିବିଧ ସୁମନ

ପ୍ରତି ମନ କୃଷ୍ଣ ମୟ,

ମୋହନ ସ୍ୱନରେ କି ଯାଦୁ କେଜାଣି?

ଭାଙ୍ଗଇ ରାଧିକା ଲୟ !


କବିର ଲେଖନୀ ଚିତ୍ରକର ତୂଳୀ

ପ୍ରେମର ରଙ୍ଗକୁ ଭରି,

କବିତା ପଂକ୍ତିରେ ଛବି କଳେବରେ

ଫଗୁଣ ଆସିଛି ଫେରି ।


©® Reserved

ସନ୍ତୋଷ କୁମାର ନାୟକ


Rate this content
Log in

Similar oriya poem from Abstract