STORYMIRROR

Anjana Naik,Anju..Deogarh

Fantasy

3  

Anjana Naik,Anju..Deogarh

Fantasy

ଫଗୁଣ ଆସିବ

ଫଗୁଣ ଆସିବ

1 min
262


ଯେବେ ଶୀତର ପ୍ରକୋପ ସରିବ 

ମଳୟ ପବନ ବହିବ 

ବୁଢା ଗଛରେ ପତ୍ରଝଡା ଦେଇ 

ପିଙ୍ଗଳ ପତ୍ର କଅଁଳିବ ।

ଫଗୁଣ..ଖିଲିଖିଲି ହସ ହସିବ

ଚୋରା ବସନ୍ତକୁ ଜାଣିବ

ଆମ୍ବ ବଉଳର ମହୁଆ ବାସରେ 

କୋଇଲି ତା ଗୀତ ଗାଇବ ।

ଦେଖିବ...ଫଗୁଣ ମହକି ଆସିବ

ଆକାଶେ ବଉଦ ଭାସିବ 

ଅଦିନ କୁହୁଡି଼ କୁଣିଆଁ ହୋଇ 

ବେଳେବେଳେ ବାଟ ରୋକିବ ।

ଫଗୁଣ..ରିମ୍ ଝିମ୍ କାକର ଝରାଇବ

ବାଡ଼ିରେ ମଲ୍ଲିଫୁଲ ମହମହ ବାସିବ

ସୋରିଷ ଫୁଲର ହଳଦୀ ରଙ୍ଗରେ 

ପ୍ରଜାପତି ଉଡ଼ି ବୁଲିବ ।

ଫଗୁଣ..କୃଷ୍ଣଚୁଡ଼ାରେ ଲାଲିମା ଫେଣ୍ଟିବ

ଗୋରୁ ଗୋଠ ଯେବେ ଫେରିବ

ସଞ୍ଜ ନଇଁ ଗଲେ କୁହାଟ ପକେଇ 

ବିଲୁଆଙ୍କ ରଡ଼ି ଶୁଭିବ ।

ଫଗୁଣ.. ମନ୍ଦିରରେ ଶଙ୍ଖ ଫୁଙ୍କିବ

ଭ୍ରମର ଫୁଲରେ ରାସ ରଚିବ

ଚୋରା ଚାହାଣୀରେ ମଧୁବନରେ 

ପ୍ରେମର ଋତୁ ଝରାଇବ ।

ଫଗୁଣ ...ରଙ୍ଗ ପିଚକାରି ମାରିବ

ପାହାନ୍ତିଆ ତାରା ଉଇଁବ

ଠପ୍ ଠାପ୍ କରି ଭୋର ସକାଳୁ 

ପାଖ ଜଙ୍ଗଲରେ ମହୁଲର ଫୁଲ ଝଡ଼ିବ ।

ଫଗୁଣ.. ମହୁଲି ନିଶାରେ ନାଚ଼ିବ

କୃଷ୍ଣଚୁଡା଼ ହସି ଉଠିବ 

ଦୂର ଜଙ୍ଗଲରୁ ବଇଁଶୀର ସୁର

ଗାଆଁ ମୁହାଁ ଭାସି ଆସିବ । 

ଫଗୁଣ... ସପ୍ତ ସୁରେ ନାଚି ଉଠିବ

ଶେଷ ଋତୁ ଯେବେ ଆସିବ 

ହଳଦୀବସନ୍ତ କୁ... କୁ... ତାନେ

ଖରାଟିଆ ନିଦ ଭାଙ୍ଗିବ ।

ମାଘ ମାସର ଶୀତ ସରିବ 

ମୃଦୁ ପାଦ ଚ଼ାପି ଶିହରିତ ମନେ

ସତେ ତ.. ଫଗୁଣ ଫେରି ଆସିବ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy