STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଫଗୁ ରଙ୍ଗେ ଦୋଳ ଯାତ

ଫଗୁ ରଙ୍ଗେ ଦୋଳ ଯାତ

1 min
257


ରଙ୍ଗର ପସରା ହୁରି

ଫଗୁଣ ଆସିିଲା ବସନ୍ତ ଧରି

ରାଇଜେ ପଡିଲା ହୁରି ।୧।

ପାଦପେ ପତର ମାନ

ନବ କିଶଳୟ କଲେ ଧାରଣ

ଦିଶିଲେ କେଡେ ଶୋଭନ।୨।

ବହେ ମଳୟ ପବନ

ପୁଲକିତ କଲା ମନ ପରାଣ

ଉଚ୍ଚାଟ ହୋଇଲା ମନ ।୩।

ଆମ୍ବ ବଉଳର ବାସ

ଛୁଟିଲା ମହକିଲା ଚଉପାଶ

ମନ ହୋଇଲା ହରଷ ।୪।

ଶୁଭିଲା ପିକର ସ୍ବର

କୁହୁ କୁହୁ ତାନ କେଡେ ମଧୁର

ତୋଷିଲା ଚିତ୍ତ ଅପାର ।୫।

ଫଗୁ ଦଶମୀ ଆସିଲା

ଦୋଳବିମାନ ସୁସଜ୍ଜିତ ହେଲା

ଫଗୁ ଖେଳିବା ଏଥର ଭଲା ।୬।

ଫଗୁ ରଙ୍ଗେ ଦୋଳ ଯାତ

ଦୋଳଗୋବିନ୍ଦ ତ ଖେଳିବେ ସତ

ସଭିଏଁ ହେବେ ଉଷତ ।୭।

ସଞ୍ଜ ଆସିଲାଣି ନଇଁ

ଦୋଳବିମାନରେ କଳାକହ୍ନେଇ

ବସିଲେ ରାଈଙ୍କି ନେଇ ।୮।

ବାହାରିଲା ଦିହୁଡିଆ

ଘଣ୍ଟ ଘଣ୍ଟା ରୋଳ ଶୁଭିଲା ଚାହାଁ

କାନ୍ଧେଇଲେଣି କାନ୍ଧିଆ ।୯।

ବିମାନ କି ଶୋଭା ଦିଶେ

ମଣି ଖଚିତ କି ହୋଇଅଛି ସେ

ଅପୂର୍ବ ତେଜ ପ୍ରକାଶେ ।୧୦।

ବିମାନ ବୁଲେ ଦାଣ୍ଡରେ

ପୂଜନ ହେଲା ଦୁଆରେ ଦୁଆରେ

ଆମ୍ବ ଚଣା ଖଜା ଉଖୁଡାରେ ।୧୧।

ଫଗୁ ରଙ୍ଗ ହୋଇ ବୋଳି

ଠାକୁରଙ୍କ ରୂପ ଦିଶିଲା ଝଳି

ସର୍ବେ ହେଲେ ଫଗୁ ବୋଳା ବୋଳି ।୧୨।

ଫଗୁ ରଙ୍ଗେ ଦୋଳ ଯାତ

ବରଷକେ ଥରେ ଆସଇ ସେତ

ଭାଇଚାରାର ପରବ ଏ ତ ।୧୩।

ମନୁ ତେଜ ଅଭିମାନ

ଆସ ସର୍ବେ ଫଗୁ ଖେଳି ବହନ

ବଢାଇବା ଆମ ମାନ ।୧୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational