STORYMIRROR

Ajaya Mahala

Romance

2  

Ajaya Mahala

Romance

ଫେସବୁୂକ ରାଧା

ଫେସବୁୂକ ରାଧା

1 min
14.4K


ଜୀବନ ଫଗୁଣ

ମଖମଲି ବାସନ୍ତୀ ଅନ୍ଧାର

ସବୁଆଡେ ନାଚଗୀତ

ଅବାଧିତ ମୁହଁ ଚାହାଁ ଚାହିଁ

ଭିଡ ଭିତରୁ ଆଖି ମିଳାଇଲେ

ମନା କରିବାକୁ ସେଠି କିଏ

ମୁଁ ପହଁଚିଲା ବେଳକୁ

ତୁମ ପ୍ରୋଫାଇଲ ଫୋଟୋରେ

ବାଜି ସାରିଲାଣି

୪୦୨ ଟି 'ଲାଇକ'

ଆଉ ୧୦୮ ଟି 'କମେଣ୍ଟ୍ସ'

ଆଉ ଗୋଟେ ଲାଇକ ମାରିଦେଲେ

ଅଧିକା ବା କଣ ହୋଇଯିବ !

ହାତ ଅଟକି ଯାଏ

ଜାଣିଛି ଏ ମେଲଣରେ

ବହୁତ ବିଳମ୍ବରେ ପହଂଚିଛି ମୁଁ

ଅପସରି ଯାଇଛି

ମତୁଆଲା ଫଗୁଣ ରାତିର

ମହୁଲି ଅନ୍ଧାର

ଆଉ ଖରା ପଡି ଆସିଲାଣି

ଲୋକମାନେ ଫେରୁଛନ୍ତି

କିଣିଥିବା ଜିନିଷ ନେଇ

ଆଉ ପିଲାମାନେ ବେଲୁନ ସହ

ଫେସବୁକ ମେଲଣ ପଡ଼ିଆରୁ

ଦୋକାନୀ ଖୁଣ୍ଟ

ଉପାଡିବା ଆରମ୍ଭ କରିସାରିଲେଣି

ଅଥଚ ତୁମେ ରାଧା ହୋଇ ବସିଛ

ମେଲଣ ପଡ଼ିଆରେ

ସୁସଜ୍ଜିତ ବିମାନ ଭିତରେ

ନିଜର ଯଥାମାନ୍ୟ ବିଦାକି ନେବାକୁ

ଦେବୀ ସାଜି ବସିଥିବା

ତୁମ ଫୋଟୋକୁ ମୁଁ ଦୂରରୁ

ନୀରବରେ ଦେଖି

ଫେରି ଆସେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance