STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ଫେରିଯାଅ ତୁମେ

ଫେରିଯାଅ ତୁମେ

1 min
483

ଶୀତ ଡାକି ନାହିଁ ଆସିଲ କି ପାଇଁ

ବାଟ କି ଯାଇଛ ଭୁଲି,

ଆସିନି ସେ କାଳ ଆସିବାର ବେଳ

ଅବେଳେ ଆସିଛ ଚାଲି


ପଡେ ଯେବେ ପାଳି ଦୂରେ ଯାଅ ଛାଡି

ନଥାଏ ତୁମ ଠିକଣା,

ଦୁଃଖ ଦେବାପାଇଁ ମନେ ଭାବି ନେଇ

ହୋଇଛ କି ବାଟ ବଣା


ତୁମ ଆସିବାରେ ଶୀତ ସବୁଠାରେ

ତତକ୍ଷଣେ ଗଲା ବଢି,

ସହି ନ ପାରନ୍ତି ଦୁଃଖ ଭୋଗୁଥାନ୍ତି

କଷ୍ଟ ପାଇ ବୁଢା ବୁଢୀ


ତୁମରି ଦାଉରେ ବିଲୁଆ ବିଲରେ

ରୋଡି କରେ ହୁକେ.. ହୋଅ,

ଆଉ ପଶୁ ପକ୍ଷୀ ହେଉଥାନ୍ତି ଦୁଃଖି

କହିବେ କାଗାକୁ କୁହ


ଗାଆଁ ଦାଣ୍ଡେ ଯାଇ ନିଆଁ ଜାଳି ଦେଇ

ବେଢିଥାନ୍ତି କେତେ ଜନ,

ଅଦିନରେ ଆସି ଦୂର କଲ ଖୁସି

ପ୍ରାଣୀ ସବୁ ହିନିମାନ


ଚାଷୀ ପୁଅ କାନ୍ଦେ ଭାଗ୍ୟ ତାର ନିନ୍ଦେ

ବିଲରୁ ଆସିନି ଧାନ,

ତୁମେ ତ ଆସିଲ କିଛି ନ ବୁଝିଲ

ଅମଳର ଯେବେ ଦିନ


ଖାଲି ହନ୍ତସନ୍ତ ଏ ଜୀବ ଜଗତ

ତୁମ ପାଇଁ ବର୍ଷା ହୁଏ,

ତୁମରି ବହୁଳ ସୃଷ୍ଟି ପାଇଁ କାଳ

ବିହୁନେ ପ୍ରାଣ ପଳାଏ


କୃପା ଦୃଷ୍ଟି ହେଉ ସୃଷ୍ଟି ବଞ୍ଚିଥାଉ

ଏମିତିକା ଆସନାହିଁ,

ଫେରିଯାଅ ତୁମେ ଏବେ ତୁମଧାମେ

ଯାତନା ହେଉନି ସହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract