STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

ଫେରିଯାଅ_ବସନ୍ତ

ଫେରିଯାଅ_ବସନ୍ତ

1 min
140

ଫେରିଯାଅ ତୁମେ ନବ "ବସନ୍ତ

ତୁମରି ସତ୍କାର ନାହିଁ

କଂକ୍ରିଟ କାନନେ ଶତ ମଳୟରେ

ଆସ କୁହ କାହିଁ ପାଇଁ


କୋକିଳ ପାଇଁକି ଆମ୍ରଶାଖା ନାହିଁ

ନାହିଁ ସେ ଘନ ବନାନୀ

ଧୂଆଁମୟ ସୃଷ୍ଟି ପ୍ଲାଷ୍ଟିକ ସହରେ

କି ଗନ୍ଧ ଆଣୁଛ ବୋହି


ତୁମ ଆଗମନେ" କୁସୁମ "ତ ଆଉ

ଉଲ୍ଲାସେ ଦେଉନି ହସି

କେଦାରେ କେଦାରେ ଶୁଷ୍କ ସବୁଜିମା

ସୌରଭ ଯାଇଛି ନାଶି


ପରସ୍ତ ମଇଳା ଆଡେଇ ଦେଇ ସେ

ଗୋଲାପ ଟେକୁଛି ମୁହଁ

ହଳଦୀବସନ୍ତ ତାର ପାଚେରୀରେ

ବାନ୍ଧିବ ଖୋଜୁଛି ଗୃହ


ଜୋଛନା କିରଣ ନିଅଣ୍ଟିଆ ପଡେ

ଜାଳି ବିଦ୍ୟୁତ୍ ଆଲୁଅ

ଅବନୀ,ଆକାଶ ଆତସବାଜିରେ

ସବୁ କଳୁଷିତମୟ


"ଦେବଭୂମି ଆଜିନାରଖାର ସାଜି

କ୍ଷୁର୍ଣ୍" ମାଆ"ର ସମ୍ମାନ

ହାହାକାର ଆଉ ଶୋଣିତରେ ପରା

ରକ୍ତାକ୍ତ ତା'ର ବଦନ


କିଏସେ କରିବ ସ୍ବାଗତ ତୁମକୁ

ମାୟାଜାଲେ ବନ୍ଦୀ "ନର"

ତଥାପି ପ୍ରକୃତି ନିଜ ଶିଶୁବୋଲି

ଚେତାଉଛି ବାରମ୍ବାର


Rate this content
Log in

Similar oriya poem from Abstract