Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Inspirational

4.5  

Sambit Srikumar

Abstract Inspirational

ଫେରିବାର ବେଳ

ଫେରିବାର ବେଳ

1 min
266



ମୋତେ ଡ଼ାକିଲାଣି

ମୋ ଗାଁ ମଶାଣି

ସଜ କର ଛ' ଖଣ୍ଡି

କାଠର କୋକେଇ

ଦିଅ ଅନ୍ତିମ ମେଲାଣି

କରି ବର୍ଣ୍ଣାଢ୍ୟ ପଟୁଆରେ

ବାଜା - ବାଣ - ରୋଶଣୀ ।


ବିଛାଅ ସୁବାସିତ କାଷ୍ଠ ଶଯ୍ୟା

ସଜାଅ ଯୁଇକୁ ମୋର

ରଙ୍ଗ ବେରଙ୍ଗ ଫୁଲର ମାଳରେ

ଦିଅ ଶେଷ ବିଦାୟ ସଭିଏଁ

ହସି ହସି ଆନନ୍ଦ ମନରେ

ନ ରଖି ବୈର ଭାବ

ମୋର କୃତ କର୍ମ ଲାଗି ।


ଏଇ ଜୀବନେ ନାହିଁ ମୋର

ଆଉ କିଛି ପାଇବାର ଆଶା

ନାହିଁ ତିଳେ ମାତ୍ର ସ୍ପୃହା

କରିବାକୁ ହିସାବ ନିକାଶ

ଲେଖାପଢା ଅଙ୍କକଷା

ପ୍ରାପ୍ଯ - ପ୍ରାପ୍ତି - ସ୍ବୀକୃତିର ।


ବେଳ ହୁଏ ରତ ରତ

ଘୋଟି ଆସେ ନିଶା

ମୁଖେ ମୋର ଦିଅ ନିଆଁ

ହୁତୁ ହୁତୁ ହୋଇ ଜଳି

ଯାଉ ଚିତା ସହ ମୋର

ସକଳ ପାର୍ଥିବ ଅସ୍ତିତ୍ବ ଅସ୍ମିତା ।


ଦୂୂୂର ଆକାଶେ ହାତ ଠାରି

ଡ଼ାକିଲେଣି ମୋର ବାଲ୍ୟ ବନ୍ଧୁଗଣ

ତାତ୍ସଲ୍ୟଭରା ଇଙ୍ଗିତେ କହନ୍ତି

କେତେ କାଳ ରହିଥିବୁ ତୁହି

ମହୀ ପରେ ହୋଇ ହୀନିମାନ?


Rate this content
Log in

Similar oriya poem from Abstract