STORYMIRROR

sasmita sahu

Romance

2  

sasmita sahu

Romance

ଫେରିବାକୁ ହେବ

ଫେରିବାକୁ ହେବ

1 min
13.6K


ତମେ

ମୋ ଭିତରେ

ରହିବା ନରହିବାଟା

କେବେ କୁହୁଡି ପଂହରା ହେଇପାରେନା

ତମ ମୋ ସମ୍ପର୍କକୁ

କେହି ମିଛ ବୋଲି

କହିବା ଆଗରୁ

ବିଶ୍ଳେଷଣ କରିବାକୁ ହେବ ତାଂକୁ

ମିଛ କି ସତ

କେଦାର ଆଉ ଗୌରୀ

ସାହାଜନ ଆଉ ନୁର୍ଜଜାହା

ରୋବଟ ଜୁଲିଏଟ

ନଈ ଆଉ ସମୁଦ୍ର

ମାଟି ଆଉ ଆକାଶ

ଜହ୍ନ ଆଉ କଇଁ

ଦିନ ଆଉ ରାତିର ସମ୍ପର୍କ ?


ମିଛ ଥିଲା କି କାହାଣୀ

ପକ୍ଷୀରାଜ ଘୋଡ଼ା ଚଢ଼ି ଆସିବା

ରାଜକୁମାର ଆଉ ମାଲିଆଣୀ ଝିଅର?

ତେବେ ମୁହୂର୍ତ୍ତକର ଅତର୍କିତ ଆକ୍ରମଣରେ

ତମେ କେମିତି ପାଣିଗାର ପରି

ଅପସରି ଯିବ?

ଏତେ ବଡ଼ ଶକ୍ତ ଆଘାତ

ମୁଁ ଶୁନ୍ୟଗ୍ଲାସ ହେଇ

ସହିପାରିବିନି ଜମା

ମୋର ପୂର୍ଣ୍ଣତା ଦରକାର...

ତୁମକୁ ଫେରିବାକୁ ହେବ

ମୋ ଶୁନ୍ୟତାକୁ ପୂର୍ଣ୍ଣ କରିବା ପାଇଁ।


-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance