STORYMIRROR

sasmita sahu

Tragedy

3  

sasmita sahu

Tragedy

ଜରା ନିବାସୀ

ଜରା ନିବାସୀ

1 min
14.4K


ମୁଁ ଝରା ତୁଳା ନୁହେଁରେ

ମୋତେ ତୁମେ

ଛାଡି ଦିଅନା

ସେ ଭୟଙ୍କର ଆଦିମ ଗୁମ୍ଫାକୁ

ଯାହାର ଗେଟ୍ ରେ

ଝୁଲୁଚି ଜରା ନିବାସର ବୋର୍ଡ

ମୋତେ ତୁମେ

ସଜେଇଦିଅନା

ମରୁଭୂମିର କୁଟାଖିଅ କରି

ଜୀବ ଅଛି ଯେତେବେଳେ

ରୋମାଞ୍ଚ ବି ଅଛି

ଏବେ ବି ଅଙ୍କୁରି ଉଠେ

ଭିନ୍ନ ଭିନ୍ନ

ସ୍ପଟିକ ଜିଜ୍ଞାସାମାନ

ମନର ଝରକା ଡେଇଁ

ଏଇ ଅଧା ସୁଆ ଆଖିକୁ

ସ୍ବପ୍ନ ବି ଆସୁଛି

ଅଜଣା ଲବଙ୍ଗ ଦ୍ୱୀପରୁ

ଯାହା ଥିଲା ମୋର

ହେଇପାରେ ଆଜି ତୁମର

ଆଗକୁ ଆଉ କାହାର

କିଏ ଶୁଣିବ

ତୁମ ହୃଦୟର ବିମନ୍ଥିତ ଭାଷା

କିଏ ପଢିବ

ତୁମ ଅଧୁରା ଆତ୍ମାର ଆହତ ଆତ୍ମଲିପି

ହେ; ମୋ

ପୃଥିବୀର ସାମାନ୍ୟ ଅଂଶ

ମୋତେ ତୁମ ପୃଥିବୀର

କେନ୍ଦ୍ରବିନ୍ଦୁ ନ କର ପଛେ

ମାଳିଟିଏ କରି ରଖ

ତୁମ ବଗିଚା ଜଗିବା ପାଇଁ।


-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy