STORYMIRROR

sasmita sahu

Others

3  

sasmita sahu

Others

ମୁଁ ଯଶୋଧରା

ମୁଁ ଯଶୋଧରା

1 min
1.2K


ଏବେ ବି

ପବନ ଛୁଇଁଲେ

ମନେପଡ଼ ତୁମେ

ଦେହେ ମୋ

ଖେଳେ ଢେଉ ବାରମ୍ବାର।

ଚିରକାଳ ସାଥୀ କହି

ଚିରିଦେଇ ଗଲ

ଦିନରାତିର ସମ୍ପର୍କ।

ମନେ ମୋ ଅଗ୍ନି ସଂଯୋଗ କରି

ବୁଦ୍ଧ ହେବାକୁ ଗଲ

ସ୍ମୃତି ଓ ବର୍ତ୍ତମାନର

ଲମ୍ବା ବ୍ୟବଧାନକୁ ପାଶୋରି

ହେଲେ---

ବୁଦ୍ଧ ହେବା ସହଜ

କେବେ ମୁଁ ହେଇ ଦେଖ

ତୁମେ କ'ଣ କରିଥାନ୍ତ ?

ଦେଇପାରି ଥା'ନ୍ତ

ମୋ ପ୍ରତି ଥିବା

ସମସ୍ତ ପ୍ରଶ୍ନର ଉତ୍ତର?

ବୋହି ପାରିଥା'ନ୍ତ

ତୁମେ ଦେଇଥିବା

ବୋଝର ଓଜନ ?

ବୁଦ୍ଧ ହେବା ସହଜ....

ଯଶୋଧରା ନୁହେଁ???

*ସସ୍ମିତା ସାହୁ

ଗୋପ, ପୁରୀ


Rate this content
Log in