STORYMIRROR

sasmita sahu

Others

3  

sasmita sahu

Others

କାଗଜ

କାଗଜ

1 min
243

ତୋ ହୃଦୟ ବୁକୁରେ

ମୋ ପ୍ରେମରଙ୍ଗରେ

ସଜେଇ ଦିଏ

କଳ୍ପନା ଯେତେ ।

ବିବର୍ଣ୍ଣ ଧୂସର ସହରେ

ତୋ ସଫେଦ ଚାଦରେ

ରଚେ ଗୁପ୍ତ ଅଭିସାର ଯେତେ

ଅମର ଭିକ୍ଷାରେ

କାଠି କୁଟା ସଂଯୋଡି

ଘରଟେ ତୋଳି ବସେ।

ଆଉଟା ସ୍ମୃତି ଯେତେ

ସାଇତି ରଖି ଛାତିରେ

ଜୀବନ ମୋ ଇତି ମାଗେ।

କେହି ନୁହେଁ ମୁଁ ସ୍ୟାହି

ତୋ ବିନା

ମୋ ପରିଚୟ ବା କାହିଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍