STORYMIRROR

sasmita sahu

Others

3  

sasmita sahu

Others

ଯୌବନ: ଏକ ମରୀଚିକା

ଯୌବନ: ଏକ ମରୀଚିକା

1 min
181

ଯୌବନ ତୁ

ଅଫେରା ପ୍ରେମିକ

ଦେଇ ଯାଉ ପ୍ରତାରଣା

ସ୍ମୃତି ସିନ୍ଧୁକରେ

ସାଇତା ଆଜି ସାତ ସ୍ୱପ୍ନ

ତୁ ଯିବା ପରେ

ପ୍ରେମର ଇସ୍ତାହାର ଲାଞ୍ଛିତ ଆଜି

ଅଲାଜୁକ ଓଠର ରଙ୍ଗ

କରେ ନିରୀହ ଅଭିନବ ପ୍ରୟାସ

କେବଳ ଝୁରି

କୁଞ୍ଚିତ ଆଖିରେ ଲୁହ

ମେଣ୍ଟାଇ ପାରେନା

ଦିନମାନର ଶୋଷ

ଛାତିରେ ଆର୍ତ୍ତ ସମୁଦ୍ର ଚିତ୍କାର

ଦେହ ଆକାଶେ ଅମାବାସ୍ୟା ଜହ୍ନ

ନିଅଣ୍ଟିଆ ବୟସ

ବିସର୍ଜନ ଅପେକ୍ଷାରେ ଯାହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍