STORYMIRROR

sasmita sahu

Tragedy

2  

sasmita sahu

Tragedy

କବିତା

କବିତା

1 min
13.4K


ତୋ ସହ

ସ୍ବପ୍ନରେ ଭେଟ ହେବା ପରେ

ଆଜି ପାଂହାନ୍ତି ପବନରେ

ହାର୍ମୋନିଅମର କ୍ଷୀଣ ଝଙ୍କାର

ତୋ ଆଖିର ଗଭୀରତାରେ

ସତେ ନୀଳ ଆକାଶ

ତୋ ଓଠର ଲାଲିମାରେ

ଫୁଟେ ସତେ ପଳାଶ

ତୁ ମୋ ଅନ୍ତରର ଉଦ୍ ବେଗ ଅକ୍ଷର

ତୁ ମୋ ଖିଆଲି ମନର ପରିଭାଷା

ମାଟିରେ ଥାଇ କହିପାରୁ

ଆକାଶ କଥା

ତୁ ମୋ ଟୋପା ଟୋପା ଲୁହର କାହାଣୀ

ତୁ ମଧୁରାତିର ସ୍ପନ୍ଦନ

ଢ଼ାଳିପାରେ ନିତି ମୁଁ

ବୃଥା ଅଭିମାନ

ତୁଚ୍ଛ ସ୍ୱାଭିମାନ

ତୁ ମୋ କାହାଣୀ ଅନ୍ତରାଳ

ତୁ ନିବିଡ଼ ଆଶ୍ଲେଷ

ମୋ ଶବ ପାଉଁସପରେ

ହେବୁନି ଜମା ଉଦାସ।


-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy