STORYMIRROR

sasmita sahu

Others

2  

sasmita sahu

Others

ଆଶାୟୀ

ଆଶାୟୀ

1 min
216


ପରାଧୀନତାର କବର ଭିତରୁ

ବାହାରି ଦେଖିଲା

ଦୁର ଦୁର ଯାଏଁ

ଦିଶୁନି ତ

ରାହାଜନିର ଭୟ

ନାହିଁ ତ

ଅସମାହିତ ବ୍ୟକ୍ତିତ୍ବର ବିକାର

ସତେ...........

ବର୍ଣ୍ଣାଳିର ଇନ୍ଦ୍ରଧନୁ ତଳେ

ପ୍ରଶାନ୍ତିର ପ୍ରଲେପ

ଅନୁଭବର ପହେଲି ବାସ୍ନାରେ

ଚହଲି ଗଲା ଦେହ ମନ ତା'ର

ମଳୟର ବଳୟରେ

ଥରେ ସେ ମାଗିନେଲା

ଜୀବନ କବିତାକୁ ଆଶ୍ଲେଷ ଚେନାଏ

ସେ କବିତାର ନିନାଦିନୀ ଝରଣାରେ

ବୁହାଇ ଦେବ କି

ଜୀବନ ଯାତନା ଯେତେ

ତାରାଙ୍କ କିଆରୀରେ ମହୁଆ ନିଦରେ

ଶୋଇଥିବା କାମନା ତା

ପାଇଯିବ କି ସିଦ୍ଧି?

ବଂଚିବାର ଦୁର୍ବାର ପ୍ରୟାସ

ଆଉ ଜାତି ମାଟିର ଗାଢ଼ ଆଲିଙ୍ଗନ ଭିତରେ

ଏ କ'ଣ?

ମୁର୍ହୁମୁର୍ହୁ ବଦଳିଗଲା ମନ

ଗଳି କନ୍ଦିରେ ଚଢ଼େୟା

ବିଞ୍ଚିଛି ଚକ୍ରାନ୍ତର ଖୁଦ

ତଥାପି ସେ ଚାଲିଲା

ରଙ୍ଗୀନ ଆକାଶ ତଳେ

ଆତଙ୍କିତ ଆଶା ନେଇ

ମୁକ୍ତି ମାୟାର ବାଟ ପାଇଁ।

-ସସ୍ମିତା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍