*ଆଶା ଆରଥରକୁ*
*ଆଶା ଆରଥରକୁ*
1 min
13.7K
ଆଖି ଆଗ ଆଜି କେବଳ
ରାବଣମୟ
ଅପମାନିତ ରାବଣ ତ କେବେ
ଭୁଲି ନ ଥିଲା ତା ମର୍ଯ୍ୟାଦା
ଏଇ ଦୁଇ ଚକିଆ/ ଚାରି ଚାକିଆଙ୍କ
ସ୍ପର୍ଶକାତର ହାତଠାରୁ
ମହିଷ ଚଢ଼ି ବୁଲୁଥିବା ଅସୁରର
ଜାନୁଭଙ୍ଗ ଥିଲା ସହଜ
ଆଜି
ଦଶଭୁଜାରେ କଳଙ୍କି ରହିତ ଅସ୍ତ୍ର
ପୋଡି ଯାଉଥିବା ରାବଣର
ଆଖି ଖୋଜେ
ରାମ କାହିଁ...?
ଏଠି ଶହ ଶହ ରାବଣ
ନିଜ କାମନାର ସୁରା ଢାଳି
ବିସର୍ଜନ୍ତି ମନ ମୋର।
ଲାଗୁଚି ସତେ
କେବଳ ପ୍ରତିଛବି ମୋର
ଦୁର୍ଗତିନାଶିନୀ
ଆଖି ଦି'ଟା ବୁଡିବା ଆଗରୁ
ଭାବିନିଏ ଥରେ
ଆରଥର ନିଶ୍ଚୟ
କେହି ଜିଅନ୍ତା ଛିଡ଼ା ଥିବ
ରାବଣଙ୍କ ନିଧନ ପାଇଁ।
-ସସ୍ମିତା ସାହୁ
