STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଫେରିବାକୁ ଚାହଁ ଯଦି

ଫେରିବାକୁ ଚାହଁ ଯଦି

1 min
312

ଯଦି ଫେରିବାକୁ ଚାହଁ ଯାଅ ଫେରି

ମୁଁ ନିଜକୁ ବୁଝେଇ କହିଦେବି।

ହେଲେ ଯାଉ ଯାଉ ଯଦି ଫେରି ଚାହଁ

ମୁଁ ନିଜକୁ କେମିତି ବୁଝେଇବି।।


ମାନ ଅଭିମାନ ଏତେ ବଢ଼ିଯାଇ

ଯଦି ସମ୍ମାନକୁ ବାଧା ପହୁଞ୍ଚାଏ।

ମନାନ୍ତର ହେଉ ଅବା ତିରସ୍କାର

ନିଜେ ମଥା ପାତି ସବୁ ସହିନେବି।।


ବଇଶାଖୀ ଖରା ପ୍ରଚଣ୍ଡ ପ୍ରଖର

ଯେତେ ତୁମ ପାଇଁ ସେତେ ମୋ ପାଇଁ 

 କଥା ଦେଉଛି ମୁଁ ସବୁ ଖରା ସହି

ମୋ ଦେହ ଛାଇ ତୁମକୁ ଦେଉଥିବି।।


ଅତି ଆତ୍ମୀୟତା ଯଦି କେବେ କେବେ

ଭୂଲ ବୁଝାମଣାର ଶିକାର ହୁଏ

ରାତି ପାହିବା ଆଗରୁ ଆସ ଫେରି

ମୁଁ ଗୋ ଡ଼ିବିରି ଜଳେଇ ଚେଇଁଥିବି।।


ମୋ ନଜର ଉହାଡ଼େ ରହିବାକୁ

ଯଦି ମନ ଅଛି ରୁହ ମନା ନାହିଁ

ମାତ୍ର ମନରୁ ଦୂରେଇ ପାରିବିନି

ସବୁ ସ୍ମୃତିକୁ ସାଇତି ଥୋଇଥିବି।।


ତତଲା ତାୱାରେ ଥାପିଛ ପିଠଉ

ତେଲ ମାଖିଥିଲେ ଭଲ ହୋଇ ଥା'ନ୍ତା

ଯେତେ ଖେଞ୍ଚୁଛ ଖଡ଼ିକା ଖେଞ୍ଚୁଥାଅ

କଡ଼ ଲେଉଟାଇ ସବୁ ସହୁଥିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract