STORYMIRROR

Rajalaxmi Tripathy

Tragedy

3  

Rajalaxmi Tripathy

Tragedy

ଫେରିବା ପଥରେ

ଫେରିବା ପଥରେ

1 min
13.9K


କଣ ବା କହିଥାନ୍ତି

ବାଟ ଓଗାଳିଲେ ଫେରିବା ପଥରେ

ତୁମେ କଣ ବୁଝିଥାନ୍ତ

ଶବ୍ଦ ମାନଙ୍କର ପ୍ରତିବାଦ

ଇଚ୍ଛା ବିରୁଦ୍ଧରେ।

ସ୍ଥିତି ଓ ଅନୁପସ୍ଥିତିର ପଛରେ

କିଏ ଜଣେ ହସି ହସି ଲୁଚାଇ ଦିଏ

ତା'ହାତଗଢା ପାଚେରୀ ଭିତରେ

ପରିଚିତ ନିଜ ସ୍ବରୂପଟି।

ବିଶାଳତା ସୀମାବଦ୍ଧ ହୁଏ

ଫିକା ପଡେ ଅନୁରାଗ

ଅଲୋଡ଼ା ହୁଏ ଅଭିସାର

ଏକ ଗୃହ ଶୂନ୍ୟ ରାତିର।

ସୁକ୍ଷ୍ମ ସୂତାଖିଅ କଥାସବୁ

ଲାଖିଯାଇ ବାରମାସୀ ଚଢେଇ ଥଣ୍ଟରେ

ପ୍ରବୋଧନା ଦିଏ ଆଖିଡୋଳା ତାର

ତୁମର ସେ ଫେରିବା ପଥକୁ।


Rate this content
Log in

Similar oriya poem from Tragedy