STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ଫେରିଆସ ସାଥି ଫେରିଆସ

ଫେରିଆସ ସାଥି ଫେରିଆସ

1 min
288


ଫେରିଆସ ସାଥି ଫେରିଆସ

   ତୁମେ ଯିବା ଠାରୁ ମଳୟ ବହେନି

ମନ ବିଥିକା ରେ ଫୁଲତ ଫୁଟେନି

 ମୁହଁ ରୁ ଲିଭି ଯାଇଛି ହସ

ଫେରିଆସ ସାଥି ଫେରିଆସ ।।


ମନ ସରସୀ ରେ ଫୁଟୁନାହିଁ ପଦ୍ମ

 ମଧୁର ଶବଦେ ଉଡୁନାହିଁ ଭୃଙ୍ଗ

ପୀୟୂଷେ ଭରିଲା କିଏ ବିଷ,,

ଗାଁ ତୋଟା ମାଳ ଅବା ନଦୀକୂଳ

  ଛିନା ଛିନା ଲାଗେ ଲାଗଇ ବିକଳ

ନିରାନନ୍ଦେ ଲାଗଇ ବିରସ

ଫେରିଆସ ସାଥି ଫେରିଆସ ।।


ପୁନିଅଁ ରାତିର ପବିତ୍ର ତିଥିରେ

  ଜହ୍ନ ଢାଳେ ଜ୍ୟେତ୍ସ୍ନା ଧରଣୀ ଉପରେ

ଆସି ଅବା ରାହୁ କଲାଗ୍ରାସ,,

ନୀଳ ଆକାଶରେ ସହସା ଜୀମୂତ

  ଘୋଟିଆସିଲା କି ବତାସ ସହିତ

ଲାଗଇ ସେପର ମନେ ତ୍ରାସ

ଫେରିଆସ ସାଥି ଫେରିଆସ ।।


ସକାଳ ଅରୁଣ କିରଣ ପ୍ରବଳ

  ଜଳି ପୋଡ଼ି ଯାଏ ଅନ୍ତର ତଳ

ଖୋଜଇ ମୁଁ ତୋ ଶୀତଳ ସ୍ପର୍ଶ,,

ବଞ୍ଚିଛି ନିଥର ଉପଳ ପରାୟେ

  ଆଶା ବୈତରଣୀ ସୁଖି ସୁଖି ଯାଏ

ଏ ଜୀବନେ ଆଉ ନାହିଁ ଆଶ

ଫେରିଆସ ସାଥି ଫେରିଆସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance