STORYMIRROR

Balaram Barik

Classics

3  

Balaram Barik

Classics

ଫେରିଆସ ରାଜତନ୍ତ୍ର

ଫେରିଆସ ରାଜତନ୍ତ୍ର

1 min
275


ଫେରିଆସ ତୁମେ ରାଜତନ୍ତ୍ର 

ଆଉ ସହି ହେଉନି ଏ ସମ୍ବିଧାନର ଦଣ୍ଡବିଧି।

ନେତା,ରାଜନୀତି ଯେଉଁଠି ପ୍ରତାପୀ 

ଜନ ସାଧାରଣ କେଵଳ ଭକୁଆ ଏଠି।


ରାଜା ଥିଲେ ଜଣେ ଏଠି ମନ୍ତ୍ରୀ ପଣେ ପଣେ 

ଦେଶ ତାଙ୍କ ଜମିଦାରୀ ଶାସନେ ଶୋଷଣେ।

ଭୟଥିଲା ଫାଶୀ, ଶୁଳି ଓ ଅଙ୍ଗ ଛେଦନର 

ନେତାଙ୍କ ଗୁଲାମ ଆଇନ ଏଠି ତା'ଠୁ ଭୟଙ୍କର।


ଫେରିଆସ ରାଜତନ୍ତ୍ର ରାଜି ଅଛି ଦେବାକୁ

ମୋ ଧାନ ଗହମ ଅମାର ଯେତେ ।

ରାଜି ଅଛି ଦେବାକୁ ମୁଁ ଦୁଇଗୁଣା ଖଜଣା।

କୋଢ଼ିହା ହେଲିଣି ମୁହିଁ ଖାଇ ଖାଇ ଚାଉଳ ମାଗଣା।


ଦୋଷୀ ଦଣ୍ଡ ପାଉଥିଲା ତତ୍କ୍ଷଣ ଯେଉଁଠି 

ନ୍ୟାୟ ହେଇଯାଉଥିଲା ସଙ୍ଗେ ସଙ୍ଗେ ସେଠି।

କୋର୍ଟ କଚେରୀ ଦଉଡ଼ି ଛିଣ୍ଡୁଚି ଚପଲ।

ଭ୍ରଷ୍ଟ ନେତା ଶୁଏ ପ୍ରାସାଦରେ ଖଞ୍ଜି ଦାମୀ ଓକିଲ।


ତୋ ସମୟରେ ମିଳୁଥିଲା ନାରୀକୁ ସମ୍ମାନ।

ରାଜଦାଣ୍ଡେ ବୁଲିବା ତା ପାଇଁ ହେଲାଣି କଠିନ।

ବଳତ୍କାରୀ ଖସିଯାଏ ଧୂଳି ଫିଙ୍ଗି ସମ୍ବିଧାନରେ।

ଅଧର୍ମ ଅନୀତି ଏଠି ଦେବପୂଜା ପୋଡିଗଲା ଚୁଲିରେ।


ରାଜତନ୍ତ୍ର ତୁମକୁ ଅନୁରୋଧ ଡେରି କରନି ଏଥର।

ଦେଖୁଛ ତ ଧର୍ମ ନିରପେକ୍ଷତା ନାଁରେ ଚାଲିଛି ବ୍ୟାପାର।

ତୁମେ ଆସ ଧ୍ବଜା ଉଡାଇ ସତ୍ୟ,ନ୍ୟାୟ ରାଷ୍ଟ୍ରପ୍ରେମର।

ତୁମ ସ୍ୱାଗତେ ଗୁନ୍ଥିଛି ମୁଁ ମେଞ୍ଚା ମେଞ୍ଚା ଫୁଲହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics