STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଫେରିଆସ ଭଗତ ସିଂ

ଫେରିଆସ ଭଗତ ସିଂ

1 min
189

     

ଆଗ୍ନେୟଗିରି  ରଦ୍-ଗାରିତ ଲାର୍ଭା

     ପ୍ରଚଣ୍ଡ ପ୍ରତାପି ବୀର

ଭାରତ ସ୍ଵାଧିନ   ସଂଗ୍ରାମ ତରୀର

     ସେ ସୁଦକ୍ଷ କର୍ଣ୍ଣଧାର ।।


ଜଗତ ହସଇ   ନବୀନ ସୂର୍ଯ୍ୟର

      ଶୁଭମୟ ରଶ୍ମି ଧାରେ

ତେମନ୍ତେ ଭାରତ   ସ୍ୱାଧୀନ ଯୁଦ୍ଧର

    ସୂର୍ଯ୍ୟଟିଏ ଆକାଶରେ ।।


ସହିଦ୍ ଭଗତ   ସିଂହ ନବ ରବି 

   ହୋଇଲା ଉଦୟ ଯେବେ

ପରାଧିନତାର   ଅନ୍ଧାରେ ଉଜ୍ଵଳ

   ଆଶା ସଂଚରିଲା ଲବେ ।।


ଅଳପ ଆୟୂଷ   ଅନେକ ବିଶ୍ଵାସ

     ଅବିଛେଦ୍ୟ ଭାରତରେ 

କ୍ରାନ୍ତିର ଦିହୁଡି  ଜଳିଲା କ୍ଷଣିକେ

     ଇଂରେଜୀଙ୍କ ବିରୁଦ୍ଧରେ ।।


ଯୁବ ସମାଜର   ପ୍ରେରଣାର ଉତ୍ସ

     ବିପ୍ଳବୀ ହେ କ୍ରାନ୍ତିକାରୀ

ଆନନ୍ଦେ ବିଷାଦେ  ଅଦ୍ରିସମ ସ୍ଥିର 

    ଅରାତି ସଂହାର କାରୀ ।।


ପରାକ୍ରମୀ ସିଂହ   ଦୁର୍ବାର ଭଗତ

     ଗର୍ଜନ ଶୁଣିଣ ଗୋରା

ହତବାକ ହେଲା    ତୋଫାନ୍ ଭାଙ୍ଗେ କି

     ପରାଧିନତା ର କାରା ?।


ଫାଶୀ ଖୁଣ୍ଟତଳେ    ସ୍ମିତ ହାସ୍ୟ ରୋଳେ

     ବିଲୋଳିତ ଝସ ମୁଖେ

ଇନକ୍ଲଵ “ଜିନ୍ଦା-   ବାଦ୍” ଉଚସ୍ଵରେ

     ବିସ୍ତାରେ ଦିଗେ ବିଦିଗେ ।।


ଅଦିନ ଅକାଳ   ଅସ୍ତମିତ ସୂର୍ଯ୍ୟ

     ଉଦ୍ଭାସି ଉଠ ହେ ଥରେ

ଶାନ୍ତି,ମୈତ୍ରେୟର   ଆଲୋକ ବିସ୍ତାରି

     ପୁଲକିତ କର ବାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational