STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ଫେରି ଚାହିଁବନି ବାପୁ

ଫେରି ଚାହିଁବନି ବାପୁ

1 min
410

ତୁମେ ଚାଲିଗଲ ବାପୁ ସିନା ତୁମ ମୁଣ୍ଡ ବହୁ ମୂଲ୍ୟବାନ

ଭୋଟ କିଣୁଛି ନିର୍ବାଚନେ ଦୋଷୀ ଅଦାଲତେ ନିଷ୍କାସନ

ତୁମେ ମନେପଡ଼ ବରଷକେ ଦିନେ ଦୁଇ ଅକ୍ଟୋବର ଦିନ

ତୁମ ମୁଣ୍ଡ କିନ୍ତୁ ଘୁରୁ ବୁଲୁଥାଏ ବାର ମାସ ରାତି ଦିନ

କୁଟୀର ଶିଳ୍ପର ପ୍ରଚାରକ ତୁମେ ଭାରି ଶିଳ୍ପ ଭାରି ପଡେ

ଖଦୀ ଶିଳ୍ପ ତୁମ ଖଟିଆ ଧରିଛି ଅରଟକୁ କିଏ ଲୋଡ଼େ

ତୁମେ ସିନା ନିଶା ନିବାରଣେ ବ୍ରତୀ ମୁଣ୍ଡ ତୁମ କାଉଣ୍ଟରେ

ଗଳିଗଲେ ନିଶା ବଢ଼ି ଯାଏ ବାପୁ ତୁମକୁ କିଏ ପଚାରେ

ନିଶାର୍ଦ୍ଧରେ ନାରୀଟିଏ ଚଳାଚଳ ତୁମ ରାଇଜେ ସପନ

ବିଚ୍ ବଜାରରେ ଧର୍ଷଣ ହେଉଛି ସର୍ବ ସମକ୍ଷରେ ଜାଣ

ତଳ ମୁହାଁ କେବେ ଚାହିଁବନି ତୁମ ପ୍ରିୟ ଭାରତ ଭୂମିକୁ

ପ୍ରଚକ୍ଷୁ ତୁମର ପ୍ରତ୍ୟକ୍ଷ କରିବ ତୁମ ସ୍ୱରାଜ ସ୍ୱପ୍ନକୁ

ଧର୍ମ ନିରପେକ୍ଷ ସମ୍ବିଧାନ ତୁମ ହିନ୍ଦୁତ୍ତ୍ୱ ରକତେ ରଂଜି

ଛାତ୍ର ଆନ୍ଦୋଳନ ଦବାଇବା ପାଇଁ ପୋଲିସର ଲାଠି ଗୁଂଜି

ତୁମ ସ୍ୱଛତା ଅଭିଯାନ ଆଜି ଟିକସରେ ପରିଣତ

ତୁମ ଚଷମାଟା ଗାନ୍ଧୀ ନୁହେଁ ଆଉ ସ୍ୱଚ୍ଛ ସ୍ୱଚ୍ଛ ଭାରତେ ଚିହ୍ନଟ

ମାନବ ଧର୍ମର ପ୍ରଚାରକ ତୁମେ ସତ୍ୟ ଅହିଂସା ପୂଜାରୀ

ଅସତ୍ୟ ଅନ୍ୟାୟ ଧର୍ମ ପାଲଟିଛି ମଣିଷତ୍ୱ ଶୁଏ ମରି

ଆତ୍ମା ତୁମର ମୋକ୍ଷ ପାଇଯାଉ ମୋହ ଛାଡି ଦିଅ ଦେଶୁ

ତୁମ ଆତ୍ମାରୁ ବିଗଳିତ ଅଶୃ କାହାକୁ ଆଉ ନଦିଶୁ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract