STORYMIRROR

Krushnapriya Mohapatra

Classics Inspirational Children

2  

Krushnapriya Mohapatra

Classics Inspirational Children

ଫେରି ଆସୁ ପୁଣି ଖୁସି

ଫେରି ଆସୁ ପୁଣି ଖୁସି

1 min
142


ସଜାଇ ଦିଅ ହେ ଆଉ ଥରେ ପ୍ରଭୁ

   ଯେପରି ଦୁନିଆଁ ଥିଲା ଆମରି।

ଫେରି ଆସୁ ସେଇ ଖୁସିର ମୁହୂର୍ତ୍ତ

    ଭରି ଦିଅ ଓଠେ ହସ ସବୁରି।


ବିଦ୍ୟାଳୟ ଯିବୁ ଆନନ୍ଦ ରେ ପୁଣି

   ପାଠ ପଢାଇବେ ଗୁରୁଜୀ ମାନେ।

 ସାଙ୍ଗ ହୋଇ ଆମେ ଖେଳ କୁଦକରି

   ଆନନ୍ଦେ ଫେରିବୁ ନିଜ ସଦନେ।


 ମହାମାରୀ ରୋଗ ଆସି ଅଚାନକ

    କରିଲା ଆମକୁଯେ ସଂକ୍ରମଣ।

ତାର ଭୟେ ଆମେ ସବୁ ଘରେ ରହି

    କରି ପାରିଲୁ ଯେ ନିରାକରଣ।


ଏବେ ଆମେ ସର୍ବେ ସତର୍କ ହୋଇବା

     କରୋନା ରୋଗର ନିଦାନ ନାହିଁ।

ହାତ ନ ମିଳାଇ ,ରହିବା ଦୂରେଇ

      ଧୋଉ ଥିବା ହାତ ସାବୁନ ନେଇ।


ବାହାରକୁ ଗଲେ ମୁହଁରେ ମାସ୍କ

     ଗହଳି ସ୍ଥାନ ରୁ ରହିବା ଦୂରେ।

ଥଣ୍ଡା କାଶ ଜର ଲାଗିବ ଯାହାକୁ

     ରଖିବା ରୋଗୀକୁ ସଙ୍ଗରୋଧରେ।


ପରାମର୍ଶ କରି ଡାକ୍ତର ଙ୍କ ସଙ୍ଗେ

     ରୋଗୀ ର ଚିକିତ୍ସା କରିବା ସହ

ପଥିରେ ରହିଲେ ରୋଗ ଛାଡ଼ିଯିବ।

      ଭଲ ହୋଇବଟି ରୋଗୀର ଦେହ।


 ଏବେ ସିନା ପାଠ ପଢୁଛେ ନେଟ ରେ

        ସେ ପାଠ ପଢା ରେ ନାହିଁ ଆନନ୍ଦ।

ସବୁ ପିଲାଙ୍କର ନାହିଁ ଟି ସୁବିଧା

        ରହୁଛି ତାଙ୍କର ମନରେ ଦ୍ଵନ୍ଦ।


ଦିଅ ଆହେ ପ୍ରଭୁ ଆଶିଷ ଆମକୁ

     ଦୁନିଆଁ ଆମର ଉଠୁ ଯେ ହସି।

ରୋଗ ଯିବ ଚାଲି ଆମ ଦେଶ ଛାଡ଼ି

     ଲେଉଟି ଆସୁ ଯେ ଆମରି ଖୁସି।


      

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics