STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ଫେରି ଆସ ସାଥୀ

ଫେରି ଆସ ସାଥୀ

1 min
3.3K

ନିଃସଙ୍ଗତା ଭରା ଜୀବନରେ ଆଜି

   ପାଦଯାଏ ମୋର ଥକି

ଫେରିଆସ ସାଥି ଅଜଣା ଦେଶ ରୁ

      କାହିଁଗଲ ମୋତେ ଠକି

ଆଖିରେ ଆଖିଏ ସପନ ଭରିଲ

   ଆଖି ନିଦ ପର ହେଲା

ଅନିଦ୍ରା ହୋଇ ମୋ ରଜନୀ ବିତୁଛି

   ସପନ ଯେ ସ୍ମୃତି ହେଲା

ସ୍ମୃତି ଝରକା କୁ ଖୋଲି ଦେଖେ ଯେବେ

  (  ତୁମ )ହସ ସୂର୍ଯ୍ୟୋଦୟ ଦେଖେ

ହଜିଲା ସମୟ ଫେରିକି ଆସିବ

  ( ତୁମକୁ) କୋହଭରା କଣ୍ଠେ ଡାକେ

ଅଭିମାନୀ ତୁମ କରିବନି ମାନ

    ପଣ ଖାଏ ତୁମ ଆଗେ

ନିଇତି ଦୁଆର ବନ୍ଧରେ ବସିକି

   ତୁମ ଆସିବାକୁ ଜଗେ

ଜାଣିଛି ଯଦିଓ ଫେରିବନି ତୁମେ

    ଆଉ ମୋହର ପାଶକୁ

ତଥାପି କେଜାଣି ବାୟାଣି ମନ ଟା

    ନ'ଇଛଇ ବୁଝିବାକୁ

ପ୍ରତିଶୃତି ଦେଇ ପ୍ରତାରଣା ଦେଲ

ଛାଡିଗଲ ଏକା କରି

ବିରହିଣୀ ଆଜି ଚାତକିନୀ ସାଜି

ନିଇତି କାନ୍ଦୁଛି ଝୁରି    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract