Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Children Others

5.0  

BISWESWAR MAJHI

Children Others

ଫେରବକି ସତେ ପିଲାଦିନ

ଫେରବକି ସତେ ପିଲାଦିନ

1 min
7K


ମନେ ପଡେ ପିଲା ଦିନ କଥା ସାଉଁଟିଲେ ସ୍ମୃତି ଗନ୍ତା ଘର

ପରିବାର ସେନେହ ସରାଗ ଗେହ୍ଲାପଣ ବାଳୁତ କାଳର ।

ଜେଜୀ ମା' ଗପ ପସରାର ବଂଦୀ ଥାଏ ଯହିଁ ରାଜଜେମା

ଅସୁରର ଜୀବନ ନାଟିକା ସାତ ତାଳ ପାଣି ତଳେ ଜମା ।

କକା ଖୁଡୀ ପିଉସୀ ମାଉସୀ ସଭିଙ୍କର ଆଦର ସୋହାଗ

ପଛ କରି ନିଜ ଅପତ୍ୟଙ୍କୁ କରୁଥିଲେ ଆମକୁ ସେ ଆଗ ।

ଚକାଚକା ଭଉଁରୀ ଖେଳର ମାମୁଁ ଘର ଚଉଁରୀ ବେଳର

ମାଇଙ୍କର ଆଦର ଯତନ ଅଜାଆଇ ଯାତକୁ ନେବାର ।

ଦୋଳ ଯାତ ତାଳସଜ ଖିଆ ମକରର ଗୁଡି ମାଂଜା ଦିଆ

ରଜ ଦୋଳି ପୋଡପିଠା ନଦୀ ପଠା ଭୂଇଁ ବରକୋଳି ଖିଆ ।

ଚୋର ପୁଲିସର ମିଛ ଖେଳ ପୁଚି ଖେଳ କୁଆଁର ପୁନେଇଁ

ଭୋଦୁଅରେ ନଦୀ ନାଳ କୁଳେ ମିଛ କଳି ବାଲୁଙ୍କା ବନେଇ ।

ବର କନିଆର ମିଛ ଖେଳ ସଢେଇରେ ମିଛ ତରକାରୀ

ଯାତ୍ରାର ନାୟକ ବେଶ ଅଳତା ରଂଜିତ ତରବାରୀ ।

ଖାତା ଚିରି ବରଷାରେ ଭିଜି କାଗଜର ଡଂଗା ଭସେଇବା

ତିନ୍ତି ବୁଡି ଜର ବାଧକିଲେ ବୋଉ ଠାରୁ ସୋହାଗ ପାଇବା ।

ନେଇ କିଏ ଧନ ଦଉଲତ ତୁଛ ଏଇ ଜୀବନ ଯୌବନ

ଅତୀତର ବ୍ୟତୀତ କାହାଣୀ ଆଣିଦେବ ମୋ ପିଲା ଦିନ !!


Rate this content
Log in