STORYMIRROR

ଦୀପଙ୍କର ଦାସ

Inspirational Children

3  

ଦୀପଙ୍କର ଦାସ

Inspirational Children

ଫେରାଇ ଦିଅ ତା ପିଲା ଦିନ

ଫେରାଇ ଦିଅ ତା ପିଲା ଦିନ

1 min
407

ଏବେ ଏବେ ତ ସେ ଜନ୍ମ ନେଇଛି

ଏବେ ହିଁ ଚାଲିବା ଶିଖିଛି

ତୁମେ କେମିତି ଦେଲ ସେ ବୋଝ

ନଇଁ ନଇଁ ସେ ଯେ ବହୁଛି

ସେ ନିଜ କଥା ଭଲରେ କହି ପାରୁନି

ସେ ର, ଲ, ଳ ଭଲରେ କହି ପାରୁନି

ଆହୁରି ଅନେକ ଜାଗାରେ ଅଟକି ଯାଉଛି

ତୁମେ ତାକୁ ଧରେଇ ଦେଇଛ

ହିନ୍ଦୀ,ସଂସ୍କୃତ ଆଉ ଇଂରାଜୀର

ମୋଟା ମୋଟା ସବୁ ବହି

ନା ପଢ଼ିପାରୁଛି ନା ପାରୁଛି ବୋହି

ସେ ପ୍ରାର୍ଥନା କଣ ଜାଣିନି

ତୁମେ ତାକୁ "ପ୍ରେୟାର" ଶିଖାଉଛ

ସେ ପ୍ୟାଣ୍ଟ୍ ବି ପିନ୍ଧି ଜାଣିନି

ତୁମେ ତାକୁ ଟାଇ, ବେଲ୍ଟ ଆଉ ଜୋତା ପିନ୍ଧେଇ ଦେଉଛ

ସେ ଚାହୁଁ ଥିଲା କାଗଜରେ ଡଙ୍ଗା ଭସାଇବ

ତୁମେ ସେ କାଗଜରେ ବଡ଼ ବଡ଼ ଗଣିତ ଲେଖିଦେଇଛ

ସେ ଚାହୁଁ ଥିଲା ଜେଜେ ମାଆଙ୍କ ଗୀତ ଶୁଣିବ

ତୁମେ ଟ୍ୱିଙ୍କଲ୍ ଟ୍ୱିଙ୍କଲ୍ ଲିଟଲ ଷ୍ଟାର ହିଁ କହିଛ

ବେଶୀ ପଢେଇବା ବାହାନାରେ 

ଗ୍ରନ୍ଥ କୀଟ ହିଁ କରୁଛ

ଯିଏ ଘର କଥା ଥଙ୍ଗେଇ ଥଙ୍ଗେଇ କହୁଛି

ତୁମେ ତାକୁ ଇଂରାଜୀ କଣ ଶିଖାଉଛ

ସବୁ ଶିଖିବାର ଗୋଟେ ସୀମା ଥାଏ

ସମୟ ହେଲେ ସିଏ ଶିଖିଯିବ

ଏକା ଥରକରେ କେମିତି ଉଡ଼ିବ

ପଡି ଉଠି ହିଁ ତ ଚାଲିବ

ବେଶୀ ପଢ଼ାଇବାର ବାହାନା କରି

ତାକୁ ଗ୍ରନ୍ଥକୀଟ ଆଉ ଯନ୍ତ୍ର ମାନବ କରୁଛ

ଫେରାଇ ଦିଅ ତା ପିଲା ଦିନ

ଫେରାଇ ଦିଅ ତା ଜୀବନ

ସମୟ ସରିବା ଆଗରୁ 

ଅନୁଭବ କରୁ ତା ପିଲା ଦିନ।

ଏବେ ପ୍ରାଇଭେଟ୍ କନଭେଟ ସ୍କୁଲ ରେ ସବୁ ପିଲାଙ୍କୁ ଏମିତି ହିଁ କରା ଯାଉଛି। ଏଥିପାଇଁ କିଛି ବର୍ଷ ଆଗରୁ ନିୟମ କରା ଯିବ ବୋଲି ଘୋଷଣା କରାଯାଇଥିଲା।ହେଲେ ଶିକ୍ଷାକୁ ଧ୍ୟାନ ଦବାକୁ ଆମ ସରକାରଙ୍କ ପାଖରେ ସମୟ କାହିଁ। ତିନି ବର୍ଷର ପିଲାକୁ ଏତେ ବହି ଆଉ ଏତେ ଚାପ। ଏଥିପାଇଁ ଏବେ ଆଖି ଦୋଷ ଆସୁଛି ପିଲାଙ୍କର। କିଏ ପୁଣି ବଡ଼ ହେଲେ ଚାପ ସମ୍ଭାଳି ପାରୁନି।ଆଉ ଅତ୍ୟଧିକ ଚାପ ହେତୁ କିଛି ଝିଅଙ୍କର ଋତୁସ୍ରାବରେ ଅସୁବିଧା ହେଉଛି। ତେଣୁ ସଜାଗ ହୁଅନ୍ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational