STORYMIRROR

Sanjya Tripathy

Abstract Others

3  

Sanjya Tripathy

Abstract Others

ଫାଟ

ଫାଟ

1 min
209


ଏଇ ଯେମିତି ଯୋଡି ହୁଏନା

ଅରେ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ

ଦାମ୍ପତ୍ୟ ହେଉ ଅବା ପାରିବାରିକ

ସାମାଜିକ କିମ୍ବା ସାମ୍ପ୍ରଦାୟିକ

ଫାଟ ସୃଷ୍ଟି କରେ ମନୋମାଳିନ୍ୟ, କଳହ, ଦଙ୍ଗା

ଫାଟ ପାଇଁ ହୁଏ ଅହେତୁକ-ଅଚାନକ ସମ୍ପର୍କର ଝଡ

ଦୂର୍ଘଟଣା, ପିଟାମରା, ପରିଶେଷରେ ଯୁଦ୍ଧ

ଫାଟ ତିଆରି କରେ ଅପ୍ରତ୍ୟାଶିତ ମାହୋଲ -

ଅଶାନ୍ତ ବାତାବରଣ

ଅପେକ୍ଷିତ ଉତ୍ତେଜନା

ଫାଟ ତୟାର କରିଥାଏ ଶ୍ରେଣୀବୈଷମ୍ୟ

ଆର୍ଥିକ ଅସମାନତା

ସାଂସ୍କୃତିକ ସମୁଦ୍ର ମନ୍ଥନ

ଅନ୍ଧ ବିଶ୍ଵାସର ଅନ୍ଧଗଳି

ନଦୀ ବନ୍ଧର ଫାଟ ପାଇଁ ହୁଏ ବନ୍ୟା

କିନ୍ତୁ ନିର୍ବାଚନରେ ଫାଟର କି କାମ ?

ସୀମାତର ଫାଟ ପଥ ପ୍ରଶସ୍ତ କରେ ଅନୁପ୍ରବେଶ

ସର୍ଜିକାଲ ଷ୍ଟ୍ରାଇକ୍

ଏବଂ ଯୁଦ୍ଧ ପ୍ରସ୍ତୁତି

ଭକ୍ତିର ଫାଟ ପାଇଁ ହୁଏ ପୂଜାର୍ଚ୍ଚନାରେ ବିରାମ

ବ୍ରହ୍ମ ବିଭ୍ରାଟ

ବିଶ୍ୱାସ ବିହୀନ ଈଶ୍ଵର ଅନୁରକ୍ତି

ଏବଂ ଫାଟ ପରିପ୍ରକାଶ କରେ ଗନ୍ଧର୍ବର ଅସହାୟତା ।

ଜୀବନଯାତ୍ରାରେ ଉତଥାନ ଓ ପତନ

ଅଭିଶତ ସୃଜନଶୀଳତା

ଅପରିପୂର୍ଣ୍ଣ ଯାତ୍ରା - ଅନଭିଜ୍ଞ ଲକ୍ଷ୍ୟ

ସ୍ମୃତି ରହିତ ଫନ୍ଦ୍ରା – ବେପଥୁବିହୀନ୍ ଶିହରଣ

ଜୀବନ ଦର୍ଶନରେ ଉନ୍ମେଷ ଓ ଉତ୍ତରଣ

ସର୍ବୋପରି ପ୍ରଗତିର ପଥରୋଧ କରେ ଫାଟ

ସୃଜନଶୀଳ ସ୍ଵପ୍ତ ହୋଇଯାଏ ସ୍ଵପ୍ନ

ତଥା ସମୟ ସ୍ଥିର ହୋଇଯାଏ ଯୋଡିବାକୁ

ସୁରମ୍ୟ ପ୍ରାଣପ୍ରାଚୁର୍ଯ୍ୟର ଫାଟ ।



Rate this content
Log in

Similar oriya poem from Abstract