STORYMIRROR

Sasmita Mohapatra

Inspirational

4  

Sasmita Mohapatra

Inspirational

ଫାଜିଲ୍ ଗାଁ

ଫାଜିଲ୍ ଗାଁ

1 min
134


ଏବେ ଖୁବ୍ ଫାଜିଲ୍

ହୋଇଯାଇଛି ଆମ ଗାଁ

ପୁଳାଏ ସ୍ବାର୍ଥକୁ ମୁଠାଇ

ତା ଛଇଳ ଚପଳ ଛାଡି

ସହରକୁ ନକଲ କରୁଛି

ତା ବୁକୁରେ ଆଧୁନିକତାର

ରଙ୍ଗ ଫୁଟାଉଛି

ପିଠାପଣା ଛାଡି

କେକ୍ ,ପିଜାରେ

ମନ ବଳାଇଛି

ପୂଜା ପର୍ବେ ପ୍ଲାଷ୍ଟିକ ଫୁଲର

ଚିତା ପକାଉଛି

ଏବେ ତ ଫିକା ଫିକା

ତା କୋଳ,ନିସଙ୍ଗ 

ଜୀବନ ଜୀଉଁଛି।

ଗାଁ ମଶାଣିକୁ ଅମଡା କରିଛି

ଇଲେକ୍ଟ୍ରି ମଶାଣିକୁ ଆପଣେଇଛି

ଘରେ ମଟର ଫିଟିଙ୍ଗ ଟ୍ୟାଙ୍କି

ବାପ ଅମଳର କୂଅକୁ ପୋତି

ଗାଁ କୁ ସହରର ଛାପ ଦଉଛି

ସତରେ ଏବେ ଆମ ଗାଁ

ଭାରି ଫାଜିଲ୍ ହୋଇଛି

ଗାଁ ଚଉତରା ଛାଡି

କ୍ଲବଘରେ କେକ୍ କାଟି

ପାଟ୍ଟି କରାଉଛି

ଆଜି କାହିଁ ନଗ୍ନତାରେ

ଆନନ୍ଦ ଲଭୁଛି

ଫାଜିଲ୍ ଟା ଅତରଦିଆ 

ଦିନ ବିତାଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational