ପେଟର କ୍ଷୁଧା
ପେଟର କ୍ଷୁଧା
ମଣିଷ ତା ପେଟରେ
ଦି ମୁଠା ଦାନା ଦେବାପାଇଁ
ପେଟ ବିକଳ ସହିନ ପାରି
ରାସ୍ତା କଡରେ ଭିକ୍ଷୁକ ସାଜି
ହାତ ପତାଇ ମାଗେ ଖାଇବାକୁ ।
ରାସ୍ତା କଡରେ ପଡିଥିବା
ପ୍ଲାଷ୍ଟିକ ଦ୍ରବ୍ୟ ଓ ଜରି ଗୋଟାଇ
ଖୋଜେ ଖାଇବାକୁ ।
ରାସ୍ତାରେ ପଡିଥିବା ବଡବଡୁଆଙ୍କ
ଅଇଁଠା ଖାଦ୍ୟକୁ ଖାଇବାକୁ
ପଛାଏ ନାହିଁ ।
ନିଜର ପେଟର ଜ୍ୱାଳାକୁ ସହ୍ୟ
କରି ନ ପାରି ଗୋଡଘସେ
ମାଲିକର ।
ରାସ୍ତାରେ ଗୋଟାଇଥିବା
ଜରିକୁ ନେଇ ଦୋକାନରେ ଦେଇ
ଆଣେ ତାଠୁ କିଛି ପିଙ୍ଗିଥିବା
ଅଇଁଠା ଖାଦ୍ୟ ।
ସେହି ଖାଦ୍ୟକୁ ଖାଇ
ଶାନ୍ତିରେ ଶୋଏ ଦିନକ ପାଇଁ
ନାଆଁ ପାଇ ଯାଏ ସେ ପୁଣି
ଜରିଗୋଟାଲି ।