STORYMIRROR

Kali Kumar

Comedy Others

2  

Kali Kumar

Comedy Others

ପେଟ ପାଇଁ ନାଟ

ପେଟ ପାଇଁ ନାଟ

1 min
164

ପୋଲିସ୍ ବାବୁଙ୍କୁ ନିର୍ଦ୍ଦେଶ ଆସିଛି

ମାସକ ଭିତରେ

କମେଇବାକୁ ହେବ ପେଟ,

ପ୍ରମାଣ ତାଙ୍କୁ ଦେବାକୁ ପଡ଼ିବ

ପଦବୀ ପାଇଁ କି 

ଫିଟ୍ କି ଆନ୍ ଫିଟ,

ନହେଲେ;

ପରିସ୍ଥିତି ତାଙ୍କ ହୋଇଯିବ ଉତ୍କଟ

ପରିସ୍ଥିତି ତାଙ୍କ ହୋଇଯିବ ଉତ୍କଟ ।।


ଥନ୍ତଲା ପେଟୁଆ ପୋଲିସ ବାବୁଙ୍କୁ

ଘେରିଛି ଅଜସ୍ର ଚିନ୍ତା,

କେଉଁ ଉପାୟରେ କମିବ ପେଟଟା

ଖୋଜିବୁଲେ ନାନା ପନ୍ଥା ।।


ଫିଟ୍ ଯିଏ, ମନ ତାଙ୍କ ଉଚ୍ଚାଟ

ଯିଏ ଆନ୍ ଫିଟ୍, ତାଙ୍କ ପାଇଁ ବିଭ୍ରାଟ

ଚିନ୍ତା !

କେମିତି କମିବ ମାସକ ଭିତରେ ପେଟ

ଆରେ ଭାଇ ! ପେଟ ପାଇଁ ସବୁ ନାଟ

ଏଠି ପେଟ ପାଇଁ ସବୁ ନାଟ ।।


ସୁଇଜ୍ ବ୍ୟାଙ୍କଠୁ ସୁରକ୍ଷିତ ବୋଲି

ସବୁ ତଥ୍ୟ 

ଏଇଠି କରିଛ ଜମା,

ପେଟ ବଢ଼ିବାରେ ବ୍ୟବସ୍ଥା କରି କି

ଏବେ କୁହ କିଆଁ

ପେଟଟାକୁ ଟିକେ କମା ।।


ଖାଦ୍ୟ ପେୟ ଖାଇ ବଢ଼ିଥିଲେ ପେଟ

ସହଜେ କମି ସେ ଯା'ନ୍ତା,

ଯୋଗ ସିଂହାସନ କି ପ୍ରାତଃ ଭ୍ରମଣେ 

ପେଟକୁ କମେଇ ହୁ'ନ୍ତା,


କିନ୍ତୁ ;

ଖାଦ୍ୟ ବଦଳରେ ଏପେଟ ଖାଇଛି

ଦୂର୍ନୀତି ମଧୁର ଟଙ୍କା,

ପୁଣି !

ଶୋଷଣ-ଶୋଷିତ-ମଧୁର-ତିକତ

ରହସ୍ୟପୂର୍ଣ୍ଣ କେତେ କଥା ।।


ମନ୍ତ୍ରୀ, ଯନ୍ତ୍ରୀ, ଅମଲାତନ୍ତ୍ରୀ

ସଭିଙ୍କ ତଥ୍ୟ,

ପେଟେ ହୋଇଅଛି ଜମା,

ମାଫିଆ, ସାଫିଆ, ରାଜା-ରାଜନେତା

ଆଉ କାହା କଥା

କହ କିପରି କହିମା ।।


ପରସ୍ତ ପରସ୍ତ ରହସ୍ୟକୁ ଢାଙ୍କି 

ପେଟର ଆଜି ଏ ଅବସ୍ଥା

କମିଗଲେ ପେଟ ନ ଚଳେ ସର୍କାର୍

ସବୁ ହେବ ଅବ୍ୟବସ୍ଥା ।।


ତେଣୁ;

ଥନ୍ତଲା ପେଟୁଆ ପୋଲିସଙ୍କ ପାଇଁ

ପେଟଟା ଆଜି ସଙ୍କଟ,

ମନେ ଭାଳେ ସିଏ !

କେଉଁ କଥା ସବୁ ରଖିବ ଗୁପତ

କେଉଁଟା କରିବ ପ୍ରକଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy