ପଦଟିଏ ତୋ ନାଁରେ ପ୍ରିୟା
ପଦଟିଏ ତୋ ନାଁରେ ପ୍ରିୟା


ତୁମେ ଥିଲ
ଆକାଶରେ ମୁକ୍ତ ଭାବେ
ଉଡିବୁଲୁଥିବା ବିହଙ୍ଗମଟିଏ
ତୁମେ ମୋତେ ପ୍ରେମରେ ବାନ୍ଧିଲ ;
ଆଉ ମୁଁ ବି ତୁମକୁ ବାନ୍ଧିଲି ।
ମୁଁ ତୁମକୁ ଆକାଶର
ପରିସୀମା ଯାଚିଲି ;
ତୁମେ ମୋତେ ହୃଦୟରୁ
ବିନ୍ଦୁଟିଏ ମାଗିଲ ।
ମୁଁ ତୁମକୁ ଆକାଶର
ଉଚ୍ଚତା ଯାଚିଲି ;
ତୁମେ ମୋତେ ହୃଦୟର
ଗଭୀରତା ମାଗିଲ ।
ମୁଁ ତୁମକୁ ଆକାଶର
ନୀଳ ରଙ୍ଗ ଦେଲି ;
ତୁମେ କିନ୍ତୁ ହୃଦୟରୁ
ରଙ୍ଗଟୋପେ ନେଇ ମଥାରେ ବୋଳିଲ ।
ମୁଁ ତୁମକୁ ସ୍ଵାଧୀନତାର
ପରିଭାଷା ବୁଝାଇଲି,
ତୁମେ ମୋତେ ସୁରକ୍ଷିତ
ପଞ୍ଜୁରି ମାଗିଲ ।
ମୁଁ ତୁମକୁ ପଞ୍ଜୁରି ଦେଲି ତ
ମୋତେ ପଚାରିଲ-
“ତୁମେ ପଞ୍ଜୁରି ଚାହଁ ନା ଆକାଶ ?”
ଶେଷରେ ମୁଁ ବି
ପଞ୍ଜୁରି ଚାହିଁଲି ।