ପଦଟିଏ ତୋ ନାଁରେ ପ୍ରିୟା -୧୬
ପଦଟିଏ ତୋ ନାଁରେ ପ୍ରିୟା -୧୬
ମୋତେ ଦେଖି ହସୁଥିଲା ପ୍ରିୟା
ଜହ୍ନରେ, ଜ୍ୟୋତ୍ସ୍ନାରେ
ସମୁଦ୍ରର ତରଙ୍ଗ ଦେହରେ
ମୋ ଆଇନାରେ I
ଆଖିଠାରି ଡାକୁଥିଲା ପ୍ରିୟା
ଆକାଶର ତାରାଙ୍କ ମେଳରୁ
ବଗିଚାର ପତ୍ର ଗହଳିରୁ
ମୋ ସ୍ମୃତିର ଗର୍ଭରୁ .I
ମିଠା ମିଠା ଶବ୍ଦ ଶୁଭୁଥିଲା
ପାହାଡ଼ରୁ , ବଗିଚାରୁ
ସଞ୍ଜବେଳ ନଈପଠା ଧାରୁ
ମୋ ହୃଦୟ ଭିତରୁ I
ଚାରିଆଡେ ଦିଶୁଥିଲା ପ୍ରିୟା
ଆକାଶରେ , ସମୁଦ୍ରରେ
ନକ୍ଷତ୍ରର ନୀଳ ମାଳଞ୍ଚରେ
ମୋ ମୁଦ୍ରିତ ଚକ୍ଷୁରେ I

