ପଦଟିଏ ତୋ ନାଁରେ ପ୍ରିୟା ୧୧
ପଦଟିଏ ତୋ ନାଁରେ ପ୍ରିୟା ୧୧
ବଉଦ ଦେହରେ ଇନ୍ଦ୍ରଧନୁ ପରି
ମୋ ପ୍ରିୟା ଅତି ସୁନ୍ଦର
ଘନ କୃଷ୍ଣ ଅମା ଆକାଶେ କି ଅବା
ଉଜ୍ଜଳ ଏକ ନକ୍ଷତ୍ର I
ପୃଷ୍ଠ ଦେଶେ ତାର କେଶ ଫରଫର
ପବନରେ ଯେବେ ଉଡ଼େ
ନୀଳ ଆକାଶରେ ଆଷାଢ଼ ମାସରେ
ମେଘ କି ଅବା ଦଉଡ଼େ I
କେଶ ରାଜି ତାର ଅନ୍ଧାର ଆକାଶ
ମୁଖ ତା ଚନ୍ଦ୍ର ତହିଁରେ
ନାଲି କଇଁ ଭଳି ଓଠଟି ତାହାର
ଝଟକେ ଜହ୍ନ ସାଥିରେ I
ବକ୍ଷ ଦେଶ ତାର ସମୁଦ୍ର ଉଜାଣି
ହୃଦ ତା ଗଭୀର ଜଳ
ସେ ଜଳେ ଭରିଛି ମଧୁର ପୀୟୂଷ
ପିଇବାକୁ ମୁଁ ବ୍ୟାକୁଳ I
